ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

0 200

ଚମ୍ପୁଆ : ରେଞ୍ଜରେ ବହୁ ଦିନ ହେଲା ହାତୀପଲ ରହିଆସୁଥିବାବେଳେ ଆଜି ଭଣ୍ଡା ସେକ୍ସନ ଅନ୍ତର୍ଗତ ଜ୍ୟୋତିପୁର ନିକଟରେ ୨୭ ଟିକିଆ ହାତୀ ପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଗତକାଲି ଏହି ହାତୀ ପଲ ତିନି ଭାଗରେ ବିଭକ୍ତ ହୋଇ ଜ୍ୟୋତିପୁର ବିଟ ଅଞ୍ଚଳର ବାଲିପଶି, ନିଶାଗଡ଼ିଆ, ମୌଦି ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ବାଲିପଶି ଗ୍ରାମରେ ୪ଟି ନିଶାଗଡ଼ିଆ ଗ୍ରାମରେ ୨ଟି ମୌଦି ଗ୍ରାମରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଯାଇଥିବା ଜଣାପଡିଛି । ଏବେ ଏହି ହାତୀ ପଲ ୨ ଭାଗରେ ବିଭକ୍ତ ହୋଇ ୨୪ ଟି ହାତୀ ବର୍ଦ୍ଧନା ଜଙ୍ଗଲରେ ରହିଥିବା ବେଳେ ୩ଟି ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ପଟକୁ ଚାଲି ଯାଇଛନ୍ତି । ବର୍ଦ୍ଧନା ଜଙ୍ଗଲରେ ଥିବା ହାତୀ ପଲଙ୍କୁ ନେଇ ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ଅନ୍ୟ ପଟେ ବନ ବିଭାଗ ହାତୀ ପଲ ଉପରେ ନଜର ରଖିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

fifteen − three =