ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌

0 205

ସମ୍ୱଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ । ଗୁରୁବାର ୪ ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଶୁକ୍ରବାର ଆଉ ୪ ଟି ଗେଟ୍‌ ଖେଲା ଯାଇଛି । ବର୍ତ୍ତମାନ ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଡ୍ୟାମ୍‌ର ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟି ସ୍ଲୁଇସ୍ ଗେଟ୍‌ ଖୋଲାଯାଇଛି । ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୧୭ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୮୬ ହଜାର ୮୧୫ କ୍ୟୁସେକ ଜଳ ପ୍ରବେଶ କରୁଛି ଏବଂ ୧ ଲକ୍ଷ ୫୬ ହଜାର ୧୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

hiring

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ କାରଣରୁ ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଆଉ ୪ ଟି ଗେଟ୍‌ ଖୋଲାଯାଇଛି ।

hiranchal ad1
Leave A Reply

Your email address will not be published.

eight − 1 =