ବିଦ୍ୟୁତ୍‌ ଆଘାତରେ ଯୁବକ ଆହତ, ମେଡିକାଲରେ ଭର୍ତ୍ତି

0 156

ଘୁ.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପଛ ପଟେ ଥିବା ହାଟ ପଦା ସାହି ଝୁମୁକା ନାୟକଙ୍କ ଭାଇ ମୁନା ନାୟକ ବିଦ୍ୟୁତ୍‌ ଆଘାତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳେ ମୁନା ନିଜ ଘର ସାମନାରେ ଥିବା ଟ୍ରାନ୍ସଫର୍ମର ନିକଟରେ କିଛି ସଫେଇ କାମ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆଘାତ ହେବା ପରେ ଅଚେତ ହୋଇଥିଲେ ଠିକ୍‌ ସମୟରେ ଘରେ ଥିବା ଭଉଣୀ ଝୁମୁକା ନାୟକ ସଙ୍ଗେ ସଙ୍ଗେ ସାହି ପଡ଼ିଶା ଲୋକଙ୍କୁ ଡାକି ଡାକ୍ତରଖାନାକୁ ନେଇ ଚିକିତ୍ସିତ କରେଇବା ଫଳରେ ଆଜି ଏକ ବଡ଼ ଅଘଟଣଟି ଟଳି ଯାଇଛି । ଆଜିର ଏହି ଘଟଣା ପାଇଁ ମୁନା ନାୟକଙ୍କ ପରିବାର ଓ ସାହି ବାସିନ୍ଦା ବିଦ୍ୟୁତ୍‌ ବିଭାଗ ଦାୟୀ ବୋଲି ଅଭିଯୋଗ କରିଛନ୍ତି । ଅନେକ ଥର ସେଠାରେ ଥିବା ଟ୍ରାନ୍ସଫର୍ମର ନିକଟରେ ବହୁ ପଶୁ ପକ୍ଷୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ବିଷୟରେ ସାହି ବାସିନ୍ଦା ପୂର୍ବରୁ ବହୁ ଥର ବିଦ୍ୟୁତ୍‌ ବିଭାଗରେ ଅଭିଯୋଗ କରିବା ସହ ସେହି ସ୍ଥାନରୁ ଟ୍ରାନ୍ସଫର୍ମରକୁ ଅନ୍ୟ ସ୍ଥାନକୁ ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସେଥିପ୍ରତି ଗୁରୁତ୍ୱ ନଦେବା ଫଳରେ ଆଜି ଏପରି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି । ଏହି ଘଟଣାର ଖବର ଶୁଣିବା ପରେ ନବ ନିର୍ବାଚିତ ସ୍ଥାନୀୟ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ କରିବା ପରେ ସମସ୍ୟାର କିପରି ସମାଧାନ ହେବ ସେ ବିଷୟ ଆଲୋଚନା କରିବେ ବୋଲି କହିଛନ୍ତି । ସୂଚନା ଅନୁସାରେ ଉକ୍ତ ଟ୍ରାନ୍ସଫର୍ମର ଦ୍ୱାରା ପ୍ରାୟ ୨୪ ପରିବାରକୁ ବିଜୁଳୀ ସଂଯୋଗ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ଟ୍ରାନ୍ସଫର୍ମରଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଆଜିର ଘଟଣା ପାଇଁ ସାହି ବାସିନ୍ଦା ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିବା ସହ ଅତିଶୀଘ୍ର ଉକ୍ତ ଟ୍ରାନ୍ସଫର୍ମରକୁ ସେଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଲିଖିତ ଦରଖାସ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଇଥିବା ବେଳେ ଆଜିର ଦୁର୍ଘଟଣାରେ ମୁନା ନାୟକ ମୃତ୍ୟୁମୁଖରୁ ଫେରିଆସିଛନ୍ତି ବୋଲି ସାହି ପଡ଼ିଶା ଓ ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 + 18 =