ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

0 52

ଦଶପଲ୍ଲା : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ବିରଞ୍ଚ୍‌ କୁମାର ରଥ । ଏଥି ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଥାନା କେଉଟପଲ୍ଲୀ ଗାଁର ଟୁଡ଼ୁ ନନ୍ଦ ବୋଲି ଜଣାପଡ଼ିଛି । ସୂଚନା ମୁତାବକ ଟୁଡ଼ୁ ନୟାଗଡ଼ ମାଛିପଡ଼ାର ଏକ ଚୁଡ଼ା ମିଲରେ କାମ କଲାବେଳେ ଶରଣକୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ଫଳରେ ଯୁବତୀ ଗର୍ଭବତୀ ହୋଇଥିଲେ । ମାତ୍ର ପରେ ଟୁଡୁ ବିବାହିତ ଜାଣିଥିଲେ । ଯୁବତୀ ଟୁଡ଼ୁଙ୍କୁ ବିବାହ କରିବାକୁ ମଧ୍ୟ ଜିଦ୍‌ ଧରିଥିଲେ । ତେବେ ଟୁଡ଼ୁ ଏଥିରେ ରାଜି ନ ହେବାରୁ ୨୦୨୦ ଅକ୍ଟୋବର ୧୧ରେ ଶରଣକୁଳ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଟୁଡୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

hiranchal ad1
Leave A Reply

Your email address will not be published.

fifteen − one =