୮ରେ ବୌଦ୍ଧରେ ହେବ ପେନଶନ ଅଦାଲତ

0 79

ବୌଦ୍ଧ : ଆସନ୍ତା ୮ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପେନଶନ ଅଦାଲତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନଶନ କାଗଜପତ୍ରରେ ଥିବା ସମସ୍ୟା ଓ ତାହାର ସମାଧାନ କରାଯିବ । କେଉଁ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କ ପେନଶନ ପ୍ରଦାନ କରାଯାଇନାହିଁ ଏବଂ କ’ଣ ପାଇଁ ପ୍ରଦାନ କରାଯାଇନାହିଁ ତାହାର କାଗଜପତ୍ର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଅଦାଲତକୁ ଆସିବାକୁ ଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ବସିବା ବ୍ୟବସ୍ଥା, ପାନୀୟଜଳ, ଖାଦ୍ୟ, ହୁଇଲଚେୟାର, ନିର୍ଭୁଲ ପଂଜିକରଣ ଓ ସାଉଣ୍ଡ ସିଷ୍ଟମ ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲେଚାନା କରାଯାଇଥିଲା । ଏହି ପେନଶନ ଅଦାଲତ ଶୃଙ୍ଖଳିତ ଏବଂ ସଫଳ କରିବା ପାଇଁ ଅଧିକାରୀମାନେ ଦାୟିତ୍ୱବାନ ହୋଇ ସମସ୍ତ ପରିଚାଳନା କରିବାକୁ ଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଏପିଡି ପ୍ରତାପ ଚନ୍ଦ୍ର ପ୍ରଧାନ, ଉପଜିଲ୍ଲାପାଳ ସନତ କୁମାର ନାଏକ, ଡେପୁଟି କଲେକ୍ଟର ଝରଣା ପ୍ରଧାନ, ତହସିଲଦାର ଦେବୀ ପ୍ରସାଦ ଦାଶ, ଟିଆରଓ କୁଲଦୀପ ମହାନ୍ତି ଓ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fifteen − six =