ପ୍ଲାଏ ଶ୍ରମିକଙ୍କୁ ମିଳିନି ବକେୟା ଟଙ୍କା, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

0 160

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ,ଲାଠୋର ହାଇସ୍କୁଲ,ଲୁହସିଂହା ହାଇସ୍କୁଲ,ଧଣ୍ଡାମୁଣ୍ଡା ହାଇସ୍କୁଲ, ବେନ୍ଦେର ହାଇସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ପ୍ଲାଏ କାମ ପାଇଁ ପ୍ଲାଏ ମିସ୍ତ୍ରୀ ନିଯୋଜିତ କରାଯାଇଥିଲା । ହେଲେ ଦୀର୍ଘ ୯ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ଲାଏ କାମରେ ନିୟୋଜିତ ଶ୍ରମିକମାନଙ୍କୁ ସେମାନଙ୍କର ବାକିଆ ଟଙ୍କା ଖପ୍ରାଖୋଲ ବ୍ଲକ ଜେ.ଇ ରାଜ କିଶୋର ନାଏକ ଏପର୍ଯ୍ୟନ୍ତ ଦେଇନଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ,ପଶ୍ଚିମ ବଙ୍ଗର ମେଦିନପୁର ଜିଲ୍ଲାର ସେକ୍‌ ସୁରାଜ ଅଲ୍ଲି ଜଣେ ପ୍ଲାଏ ମିସ୍ତ୍ରୀ । ସେ ପଶ୍ଚିମ ବଙ୍ଗରୁ ପ୍ଲାଏ ଶ୍ରମିକ ଆଣି ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ,ଲାଠୋର ହାଇସ୍କୁଲ,ଲୁହସିଂହା ହାଇସ୍କୁଲ,ଧଣ୍ଡାମୁଣ୍ଡା ହାଇସ୍କୁଲ,ବେନ୍ଦେର ହାଇସ୍କୁଲରେ ଜେ.ଇ ରାଜକିଶୋର ନାଏକ ପ୍ଳାଏ ମାଧ୍ୟମରେ ସୌନ୍ଦରଯ୍ୟକରଣ କାମ କରିବା ପାଇଁ ସମୁଦାୟ ପ୍ଲାଏ କ୍ରୟ କରିଥିବା ଟଙ୍କାର ୩୩% ପ୍ରତିଶତ ଟଙ୍କା ଦେବେ ବୋଲି ଡିଲ କରିଥିଲେ । ପାଞ୍ଚଟି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କାମରେ ସମୁଦାୟ ୩୦ ଲକ୍ଷ ୫୭ ହଜାର ୫୩୦ ଟଙ୍କାର ପ୍ଲାଏ କାମ ହୋଇଥିବା ଲିଖିତ ଅଭିଯୋଗରେ ଦର୍ଶାଯାଇଛି । ଶ୍ରମିକମାନେ ସମୁଦାୟ କାମ କରିଥିବା ଟଙ୍କାର ୩୩ ପ୍ରତିଶତ ହିସାବରେ ୧୦ ଲକ୍ଷ ୮୯୪ ଟଙ୍କା ସହ ମିଲ ବାବଦ ୫୦ ହଜାର ଟଙ୍କା, ଡିଜାଇନ୍‌ ବାବଦ ୮୦ ହଜାର ଟଙ୍କା ଦେବା ପାଇଁ ଜେଇ ଶ୍ରୀ ନାଏକଙ୍କ ପାଖରେ ଡିଲ ହୋଇଥିଲା । ହେଲେ ଶ୍ରମିକ ପାଉଣା ବାବଦକୁ ଜେଇ ୬ ଲକ୍ଷ ୮୦ ଟଙ୍କା ଦେଇଛନ୍ତି । ବାକି ୪ ଲକ୍ଷ ୫୮ ହଜାର ୯୮୪ ଟଙ୍କା ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ । ଏ ସଂପର୍କରେ ଜେ.ଇ ରାଜ କିଶୋର ନାଏକଙ୍କୁ ପଚାରିବାରୁ,ସେ ଜେ.ଇ. ଦିଲିପ ରାଉତଙ୍କ ଉପରେ ଦୋଷ ଲଦିଥିଲେ । ବି.ଡି.ଓ କହିଛନ୍ତି,ଶ୍ରମିକଙ୍କ ସମସ୍ତ ବିଲ ହୋଇଛି । ସବୁ ଟଙ୍କା କଥା ଜେ.ଇ. ବୁଝିବେ । ହେଲେ ଶ୍ରମିକ ଜଣକ ଜେ.ଇଙ୍କୁ ପୁଣି ଟଙ୍କା ମାଗିବାରୁ ଜେଇ ତାଙ୍କୁ ଧମକ ଦେଉଥିବା ନେଇ ଲିଖିତ ଅଭିଯୋଗ ହୋଇଛି । କମ ଖର୍ଚ୍ଚରେ କାମ କରି ଜେଇ ଜଣକ ଅଧିକ ବିଲ୍‌ ନେଇଯାଇଛନ୍ତି କି ବୋଲି ଚର୍ଚ୍ଚା ହେଉଛି । ଏନେଇ ରାଜକିଶୋର ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ ବୁଧବାର ବାକି ରହିଥିବା ସମସ୍ତ ଟଙ୍କା ଦେଇଦିଆଯିବ । ଜେ.ଇ. ଦିଲିପ ରାଉତଙ୍କୁ ପଚାରିବାରୁ ସେ କହିଥିଲେ,ତାଙ୍କୁ ଫସାଇବା ପାଇଁ ଜେଇ ଶ୍ରୀ ନାଏକ ଏଭଳି କହୁଛନ୍ତି । ଥାନା ଏସ.ଆଇ ଗୋପୀନାଥ ମହାକୁଡଙ୍କୁ ପଚାରିବାରୁ, ବୁଧବାର ଦିନ ବକେୟା ଥିବା ଟଙ୍କା ଜେ.ଇ ନ ଦେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ବିଡ଼ିଓ ରଶ୍ମିରଞ୍ଜନ ରାଉତ ଜେ.ଇ ନାଏକଙ୍କୁ ସବୁ ଟଙ୍କା ଦିଆଯାଇଛି ବୋଲି ପ୍ରକାଶ କରିଥିଲେ । ଉକ୍ତ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

20 + five =