ବଡଦେଓଙ୍କ ପୌଷଯାତ୍ରା ମହାସମାରୋହରେ ପାଳିତ

0 152

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଲକ ଡଙ୍ଗା ଘାଟଠାରେ ମଲ୍ଲିକ ବଂଶ ଗୋଣ୍ଡଁ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓଙ୍କ ପୌଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ ପୌଷଯାତ୍ରାର ପ୍ରାରମ୍ଭରେ ସମାଜର ଇଷ୍ଟ ଦେବତା ବୁଢାଦେଓ, ଛତରବାଉତି, ବାଉରିବୁଢୀଙ୍କୁ ନିତି ଅନୁଯାୟୀ ପୂଜାର୍ଚ୍ଚନା ସହ ଦେବ ନିମନ୍ତ୍ରଣ କରିବା ସହ ଦେବଗସନ କରାଯାଇଥିଲା । ଏହା ଏକ ଭିନ୍ନ ସ୍ୱରୁପ କଲା ରାଶି, ଗୁଆ ଘିଅ ସହ ପ୍ରଥମେ ବଡଦେଓ , ଦ୍ୱିତୀୟ ବାଉରିବୁଢୀ, ତୃତୀୟ ଛତରବାଉତି ଆଦି ଦେବା ଦେବୀ ଉକ୍ତ ଦ୍ରବ୍ୟରେ ନିୟମ ମୁତାବକ ଗନସନ କରାଯାଇଥିଲା । ତା ପରଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ଦେବାଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଦେହୁରୀଙ୍କ ଦେହରେ ବିରାଜିତ ହୋଇ ଗାଁ ପରିକ୍ରମା କରିବା ସହ ପ୍ରଚଳିତ ପରଂପରା ଅନୁସାରେ ଦେହୁରୀ ଯାହାକୁ ପ୍ରସନ୍ନତା ହୋଇବେ ସେ ବ୍ୟକ୍ତି ଦେବତା ସହ ଆଖଡ଼ା କରିଥାନ୍ତି । ଗାଁ ପରିକ୍ରମା ସାରି ମନ୍ଦିର ବାହୁଡିବା ପରେ ସନ୍ଧ୍ୟାରେ ବଳି ଭୋଗ ଦିଆଯାଇଥାଏ । ରାତ୍ରୀରେ ଦୂର ଦୂରଦୂରାନ୍ତରୁ ତଥା ପଡୋଶୀ ଜିଲ୍ଲାରୁ ଆସିଥିବା ସମସ୍ତ ମଲିକ ବଂଶ ଗୋଣ୍ଡଁ ସମାଜର ସଭାପତି ମୁରଲି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭାତୃ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiring

ଏଥିରେ ସମାଜର କର୍ମକର୍ତ୍ତା ଭିଷ୍କ ମଲିକ, ସୁରଥ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, ଲଲିତ ମଲ୍ଲିକ, କରୁଣା ସାଗର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଏହି ଦେବଦେବୀଙ୍କ ପୂଜାପାଠ ନିଷ୍ଠା, ରିତିନୀତ, ଉପବାସ, ଦେବ ପୂଜା ବିଧି ବିଧାନ , ପୌଷଯାତ୍ରା ଉପରେ ଆଲୋକପାତ କରିଥିଲେ । ଯାତ୍ରା ଶେଷ ଦିବସରେ ମାନସିକଧାରି ନିଜ ମନୋକାମନାପୂର୍ଣ୍ଣ ପାଇଁ ସଂକଳ୍ପ କରି ସହ ଅଧିଆ ପଡିଥିଲେ । ଚଳାପଥ ସୁଖ ଶାନ୍ତି ରହିବ ପାଇଁ ଇଷ୍ଟ ଦେବତା ବୁଢାଦେଓଙ୍କ ପାଖରେ ପ୍ରାର୍ଥନା କରିଥିଲେ । ସର୍ବ ଶେଷ ମାଁ ମାଉସୀ ପୁଷ୍ପମାଲ୍ୟ ଓ ଧୁବଚାଉଳ ଧରି ବନ୍ଦାପନା କରିବା ନିଷାଣ ମୃଦଙ୍ଗ ବାଦନ ତାଳେତାଳେ ଡାଳଖାଇ ଗିତ ସ୍ୱରରେ ଉପସ୍ଥିତ ସମସ୍ତ ମହିଳା ପୁରୁଷ ଶ୍ରଦ୍ଧାଳୁମାନେ ହଳଦୀର ରଙ୍ଗ ସହିତ ବିଭୋରରେ ନାଚିଥାନ୍ତି । ବଡଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ମଲ୍ଲିକ ବଂଶର ସମସ୍ତଙ୍କ ନିଜ ପରିଶ୍ରମ ଓ ଆର୍ଥିକ ସହାୟତାରେ ମନ୍ଦିର ନିର୍ମାଣ କାର୍ଯ୍ୟ କରାଯାଇଛି ଏବଂ ସରକାରୀ ଅନୁଦାନଙ୍କୁ ବାରଣ କରାଯାଇଛି ବୋଲି ସଭାପତି ମୁରଲି ମଲ୍ଲିକ କହିଛନ୍ତି । ପୂଜକ ଲିଙ୍ଗରାଜ ମଲ୍ଲିକ, ଦାମ ମଲ୍ଲିକ, ଦେହୁରୀ ଜଗଦୀଶ ମଲ୍ଲିକ ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ ଦନାର ମଲ୍ଲିକ, ଦିଲ୍ଲିପ ମଲିକ, ଭାସ୍କର ମଲ୍ଲିକ, ଉତ୍ତର ମଲ୍ଲିକ, ମନୋରଞ୍ଜନ ମଲ୍ଲିକ, ମଙ୍ଗଳ ମଲ୍ଲିକ,ଶମ୍ଭୋ ମଲ୍ଲିକ, ତପନ ମଲ୍ଲିକ, ରଘୁନାଥ ମଲ୍ଲିକ, ଚୁଡ଼ାମଣି ମଲ୍ଲିକ,ଧୁବଳକିଶୋର ମଲ୍ଲିକ,ଶୋଭାକର ମଲ୍ଲିକ, ରଞ୍ଜିତ କୁମୁରା, କୁବେର ମଲିକ ନାରଦ ମଲିକ, ଟିକେ ଲାଲ୍‌ ଧରୁଆ, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରତି ଦିନ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

three + 1 =