“ସ୍ନେହ’ ପକ୍ଷରୁ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ

0 55

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତ ସଭା ଗୃହରେ ସ୍ୱେଚ୍ଛାସେବୀ ସଂଗଠନ “ସ୍ନେହ’ ପକ୍ଷରୁ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ ହୋଇଯାଇଛି । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ୨୦୦୯ ଠାରୁ ଶାନ୍ତି ସଦଭାବନା ରକ୍ଷା କରିବା ଉଦେଶ୍ୟରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିଆସୁଅଛି ।କାରଣ ୨୦୦୮ ରେ କନ୍ଧମାଳ ଜିଲ୍ଲାରେ ଯେଉଁ ସାଂପ୍ରତିକ ଦଙ୍ଗା ହେବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଆଉ ଭାଇଚାରା ବିଚ୍ଛିନ୍ନ ହୋଇଯାଇଛି । ପରସ୍ପର ମଧ୍ୟରେ ପ୍ରେମର ବ୍ୟବହାର ନାହିଁ ।ତେଣୁ ସେହି ସମୟ ଠାରୁ ଏହି ସ୍ୱେଚ୍ଛାସେବୀ ସଂସ୍ଥା ନିଜର ଅଭିଯାନ ଆରମ୍ଭ କରିଛି । ଲୋକମାନଙ୍କ ମଧ୍ୟରେ ଶାନ୍ତି ସଦଭାବନା ସୃଷ୍ଟି କରିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଆଜି ଅନୁଷ୍ଠିତ ଆନ୍ତର୍ଜାତିୟ ଶାନ୍ତି ଦିବସ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଆଦର୍ଶ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲିଙ୍ଗାଗଡ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡଃ.କେଶବ ରାଜ ନାୟକ ଯୋଗ ଦେଇଥିଲେ ।ସେହିପରି ଅତିଥି ଭାବରେ ଲିଙ୍ଗାଗଡ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ଚୌଧୁରୀ, ଅନନ୍ତ କୁମାର୍‌ ବାରିକ, ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଅବଲାକର ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂସ୍ଥାର କୋଡ଼ିନେଟର ଅଜୟ କୁମାର ସାହୁ ପରିଚାଳନା କରିଥିବା ବେଳେ ସଂଯୋଜକ ବିକାଶ କୁମାର ପ୍ରଧାନ, ତରୁଲତା ଦିଗାଲ, ବିରଜା ମୁଖୀ ଓ ଲିଙ୍ଗାଗଡ ଓ ରଟିଙ୍ଗିଆ ପଞ୍ଚାୟତର ଶାନ୍ତି କମିଟିର ସଭ୍ୟ ସଭ୍ୟା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମଞ୍ଚାସିନ ଅତିଥି ନିଜ ନିଜ ବକ୍ତବ୍ୟରେ ଶାନ୍ତି କିପରି ବଜାୟ ରଖିବା,ଶାନ୍ତି ଜୀବନରେ କି ଭୂମିକା ଗ୍ରହଣ କରିଥାଏ, ରାଗ, ହିଂସା, ମହାମାୟା, ବିରୁଦ୍ଧାଚରଣ, କୁକ୍ରୀୟା, ମନୁଷ୍ୟକୁ ଜଗତରେ ଶାନ୍ତି ଦିଏ ନାହି କିନ୍ତୁ ଶାନ୍ତି, ପ୍ରେମ, ଦୟା, ପରଉପକାରିତା, ନମ୍ରତା, ଭଦ୍ରତା,ତ୍ୟାଗ ମନୁଷ୍ୟକୁ ଜଗତ ମଧ୍ୟରେ ଏକତା ମଧ୍ୟରେ ବାସ କରିବା ପାଇଁ ବ୍ୟାହତ କରିଥାଏ ବୋଲି ପ୍ରକାଶ କରିଥିଲେ । ଶେଷରେ ପରିଚାଳକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।

hiranchal ad1
Leave A Reply

Your email address will not be published.

16 + 8 =