ମହିଳା ଜୀବିକା ସୁରକ୍ଷା ମଞ୍ଚ ଦ୍ୱାରା ନବ ନିର୍ବାଚିତ ଜନ ପ୍ରତିନିଧି ନେଲେ ତାଲିମ

0 66

ଘୁ ଉଦୟଗିରି : ଆଜି ଘୁ. ଉଦୟଗିରି ବ୍ଲକର ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଙ୍ଗଠନ ଦ୍ୱାରା ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଦାତ୍ତା ସଭାଗୃହରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଉପାଧ୍ୟକ୍ଷ ଏନ ଲୁକ ଏବଂ ପ୍ରଦାତ୍ତା ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଘୁ. ଉଦୟଗିରି ବ୍ଲକର ୮ ଟି ଗ୍ରାମପଞ୍ଚାୟତ ତଥା ତାଳରୀମାହା, କଳିଙ୍ଗିଆ, ଗ୍ରେସସିଙ୍ଗିଆ, ଲିଙ୍ଗାଗଡ, କତିଙ୍ଗିଆ, ରଟିଙ୍ଗିଆ ରାଇକଲା ଏବଂ ମାଲିକପଡିର ସରପଞ୍ଚ, ସମିତିସଭ୍ୟ/ସଭ୍ୟା ସମେତ ନାଏବ ସରପଞ୍ଚ ଉପସ୍ଥିତ ଥିଲେ । ଏହା ପରେ ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ ଆତ୍ମା ଶକ୍ତି ଟ୍ରଷ୍ଟ, ଓଡିଶା ଶ୍ରମଜୀବି ମଞ୍ଚ ଓମହିଳା ଶ୍ରମ ଜିବି ମଞ୍ଚ ଏବଂ ତାର ୧୭ ଗୋଟି ଜିଲ୍ଲାରେ ଥିବା ସଦସ୍ୟ ସଙ୍ଗଠନ ସମୂହର ଲକ୍ଷ୍ୟ ଉଦ୍ଦେଶ୍ୟ ସହିତ ୨୦୦୯ ମସିହାରୁ ୨୦୨୨ ମସିହା, ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷର ସମସ୍ତ କାର୍ଯ୍ୟକ୍ରମଟିକୁ ସଂକ୍ଷିପ୍ତରେ ଉପସ୍ଥାପନା କରିଥିଲେ ଏବଂ ସଙ୍ଗଠନଟିକୁ ଦୀର୍ଘ ସ୍ଥାୟୀ କରିବାର ପ୍ରକ୍ରିୟାଟିକୁ ଆଲୋକପାତ କରିଥିଲେ ଏବଂ ଗ୍ରାମାଞ୍ଚଳରେ ଦେଖା ଯାଉଥିବା ସାମୁହିକ ଓ ବ୍ୟକ୍ତିଗତ ସମସ୍ୟାକୁ କିପରି ଆସୁ ସମାଧାନ କରାଯିବ ଏବଂ କିପରି ପ୍ରଶାସନ ପାଖରେ ପହଁଞ୍ଚି ପାରିବ ତାର ସରଳ ଉପାୟ ବର୍ତ୍ତମାନର ଡିଜିଟାଲ ଯୁଗ ଯାହାକି ସୋସିଆଲ ମେଡିଆ ଏବଂ ଟ୍ୱିଟର ୱାରୀୟରକୁ ବ୍ୟବହାର କରିବା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଆବାହକ ଅଞ୍ଜନ ପ୍ରଧାନ ଜନ ପ୍ରତିନିଧିଙ୍କ ଦାୟିତ୍ୱ କର୍ତ୍ତବ୍ୟ, ପଂଚାୟତ ରାଜ ବ୍ୟବସ୍ଥା ପଂଚାୟତର ବଜେଟ, ପଲ୍ଲୀ ସଭା ଓ ଗ୍ରାମ ସଭା ଏବଂ ପେସା ଆଇନ ଉପରେ ଉପସ୍ଥିତ ସମସ୍ତ ଜନ ପ୍ରତିନିଧିଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଏଥି ସହିତ ସମସ୍ତ ଜନ ପ୍ରତିନିଧିମାନେ ନିଜ ପଞ୍ଚାୟତର ଉନ୍ନତି ଏବଂ ବିକାଶ କ୍ଷେତ୍ରରେ ଆଗେଇ ନେବାକୁ ନିଜର ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଏଭଳି ସଙ୍ଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗରେ ନିଜର ଅଞ୍ଚଳକୁ ଉନ୍ନତି କରିବାରେ ଆମେ ସହଯୋଗ ଓ ସହାୟତାର ହାତ ବଢେ଼ଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଂଗଠନର ସାଥି ପ୍ରମୋଦା ନାୟକ ସମ୍ବିଧାନ ମୁଖ ବନ୍ଧ ପଢି ଶପଥ ପାଠ କରାଇଥିଲେ । ମହିଳା ଜୀବିକା ସୁରକ୍ଷା ମଞ୍ଚ ସମ୍ପାଦିକା ରିନିମା ପ୍ରଧାନ, ଅନ୍ତରଙ୍ଗ ଯୁବ ମହାସଂଘ ସମ୍ପାଦକ ହୃଷିକେଶ ପ୍ରଧାନ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ସମ୍ପାଦିକା ବିଷ୍ଣୁପ୍ରିୟ ପ୍ରଧାନ, ମହିଳା ସମ୍ପତ୍ତିଗତ ଅଧିକାର ସଂଯୋଜିକା ରାଜବାଳା ସିଂ ଏବଂ ସଂଗଠନର ସାଥି ଶାନ୍ତିଲତା ନାୟକ, ମମତା ମଲ୍ଲିକ ଗୌରୀ ପ୍ରଧାନ ଉପସ୍ଥିତ ରହିଥିଲେ । ଶେଷରେ ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ ଧନ୍ୟବାଦ ଦେଇ ତାଲିମ କାର୍ଯ୍ୟକ୍ରମଟିକୁ ବିରାମ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 10 =