ବନ୍ୟା ପ୍ଲାବିତ ଅଂଚଳରେ ପ୍ରାଣିଚିକିତ୍ସା ଶିବିର

0 75

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାଣୀ ବିଭାଗ ତରଫରୁ ଆଜି ବନ୍ୟା ପ୍ଲାବିତ ସଂକୁଲୋଇ ପଞ୍ଚାୟତ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୪୦ରୁ ଉର୍ଦ୍ଧ୍ୱ ଗ୍ରାମ ଗୁଡିକୁ ଯାଇ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଟିକାକରଣ କରିବା ସହିତ ପଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ବୌଦ୍ଧ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ପ୍ରକାଶ କୁମାର ବେହେରା । ହରଭଙ୍ଗା ବ୍ଲକ ପଶୁଚିକିତ୍ସା ଅଧିକାରୀ ଡ଼ଃ ବୀରେନ୍ଦ୍ର କୁମାର ପୃଷ୍ଟି, ଡ଼ଃ ପ୍ରତିଭା ପଣ୍ଡା, ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇ ଶିବିରରେ ପ୍ରାଣୀ ମାନଙ୍କ ଚିକିତ୍ସା ଓ ଯତ୍ନ ବିଷୟରେ ପଶୁପାଳନ ଚାଷୀଙ୍କୁ ଅବଗତ କରାଇଥିଲେ । ହରଭଙ୍ଗାକୁ ଆସିଥିବା ୧୭ମେଟ୍ରିକ ଟନ ଗୋ ଖାଦ୍ୟକୁ ବ୍ଲକର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ପଂଚାୟତକୁ ପଠାଯାଇ ଡ଼ଃ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ବଣ୍ଟନ କରାଯାଇଥିଲା । ସୂଚନା ଅନୁଯାଇ ହରଭଙ୍ଗା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମୋଟ ୧୧ଜଣ କର୍ମଚାରୀ ବନ୍ୟା ପ୍ଲାବିତ ଅଞ୍ଚଳକୁ ଗସ୍ତକରି ତ୍ୱରାନ୍ୱିତ ସେବା ଯୋଗାଇ ଚାଷୀମାନଙ୍କୁ ସହାୟତା କରିଥିଲେ । ଆଜି ସୁଦ୍ଧା ୫ହଜାର ଗୋରୁ ଗାଈ ମାନଙ୍କୁ ଟିକାକରଣ କରାଯାଇଥିବା ପ୍ରକାଶ କରିଛନ୍ତି ଡ଼ଃ ପୃଷ୍ଟି ।

hiranchal ad1
Leave A Reply

Your email address will not be published.

eight + 12 =