ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0 75

ପୁରୀ : ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ନେହେରୁ ଯୁବକେନ୍ଦ୍ର ,ସ୍ୱେଚ୍ଛାସେବୀ ସଂଗଠନ ସମ୍ପର୍କ, ଜନ ଶିକ୍ଷଣ ସଂସ୍ଥାନ, ଜଂଗଲି କ୍ଳବ, ଡିଫେନ୍ସ କ୍ଳବ,ପଞ୍ଚମୁଖୀ କ୍ଳବ ର ମିଳିତ ଆନୁକୂଲ୍ୟରେ ଏକତା ଦୌଡ଼ର ଆୟୋଜନ କରାଯାଇଥିଲା । ଶ୍ରୀମନ୍ଦିର ନିକଟରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହି ଏକତା ଦୌଡ ଶୋଭାଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହା ପୂର୍ବରୁ ଉପସ୍ଥିତ ସମସ୍ତଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଏକ ଶପଥ ପାଠ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଜୟ ଶଙ୍କର ଯୋଶୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏକତା ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଭାରତ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶରତ ଜୟସିଂ, ସନ୍ତୋଷ କୁମାର ମହାନ୍ତି, ପୁରୀ ସେବା ସମିତି ର ସମ୍ପାଦକ ରବୀନ୍ଦ୍ର ନାଥ ସେନାପତି, ଉଦ୍ୟମିତା ପ୍ରକଳ୍ପ ର ଡ଼ଃ ରତ୍ନାକର ପାଣିଗ୍ରାହୀ, ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାର ଗୋବିନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସର୍ବଶ୍ରୀ ବାସୁଦେବ ସେନାପତି, ରାକେଶ ସେଠି, ସତ୍ୟକାମ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ତାରା ପ୍ରସାଦ ଦାସ,ଶିବାନନ୍ଦ ତ୍ରିପାଠୀ, ବିସ୍ମୟ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 2 =