ବଡଦାଣ୍ଡରେ ଚାଲି ଚାଲି ଯାଇଁ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ

0 139

ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ । ତେବେ ରାଷ୍ଟ୍ରପତି ବଡ ଦାଣ୍ଡ ରେ ଚାଲି ଚାଲି ସିଂହଦ୍ୱାରକୁ ଯାଇଥିଲେ । ବଡ ଡାକ୍ତରଖାନା ଛକ ଠାରୁ ସେ ଆସୁଥିବା କାର୍କେଡରୁ ଓହ୍ଲାଇ ବଡ଼ଦାଣ୍ଡରେ ପ୍ରାୟ ଦୁଇ କିଲୋମିଟର ଚାଲି ଚାଲି ଆସିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

hiring

ସିଂହଦ୍ୱାରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଛତିଶା ନିଯୋଗ ନାୟକ, କୌଳିକ ପଣ୍ଡା ଓ ପରିଚାଳନା କମିଟି ସଦସ୍ୟ ତାଙ୍କୁ ସ୍ୱାଗତ ଜଣାଇ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ ।
ଶ୍ରୀମନ୍ଦିରକୁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନ୍ଦିର ପରିସରରେ ଥିବା ମା ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀ ମନ୍ଦିର ବୁଲି କୌଳିକ ପଣ୍ଡାଙ୍କ ଦର୍ଶନ ଖାତାରେ ଦସ୍ତଖତ କରିଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶି ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ । ଦର୍ଶନ ସାରି ରାଷ୍ଟ୍ରପତି ଫେରିବା ପରେ ସିଂହଦ୍ୱାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ପକ୍ଷରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି । ପରେ ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ମହାପ୍ରସାଦ ସେବନ କରିଥିଲେ ।

ମଧ୍ୟାହ୍ନ ଭୋଜନ ପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଭେଟି ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 1 =