ଖପ୍ରାଖୋଲ : ଦାଦନ ଶ୍ରମିକ ଚାଲାଣ ବେଳେ ୧୬ ଜଣଙ୍କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ । ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ, ୫ ଜଣ ମହିଳାଙ୍କ ସମେତ ଜଣେ ନାବାଳିକା ଝିଅ ଏବଂ ୫ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ମୁଖ୍ୟ ସର୍ଦ୍ଦାର ପଞ୍ଚା ସୁନା ଗିରଫ । ଅନ୍ୟ ଜଣେ ସର୍ଦ୍ଦାରକୁ ଅଟକ ରଖାଯାଇଛି । ଉଦ୍ଧାର ଶ୍ରମିକ ମାନେ ଗାଇସିଲେଟ ଥାନା ଅନ୍ତର୍ଗତ ଯୁଗୀମଠ ଗ୍ରାମର ବୋଲି ଜଣାଯାଇଛି । ସୋମାନଙ୍କୁ ବୋଲେରୋରେ ଆନ୍ଧ୍ରାପ୍ରଦେଶର ବିଜୟନଗରମଙ୍କୁ ଚାଲାଣ କରାଯାଉଥିଲା । ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥବା ବେଳେ ଆଖପାଖ ଅଞ୍ଚଳର ଦାଦନ ଶ୍ରମିକ ଦଲାଲମାନେ ଏହାର ସୁଯୋଗ ନେଇ ଶ୍ରମିକ ମାନଙ୍କର ଚୋରା ଚାଲାଣ କରି ବାରମ୍ବାର ପୋଲିସ ହାତରେ ଧରା ପଡି ଜେଲ ଯାଉଛନ୍ତି । ସୋମବାର ସକାଳ ୭ ଟାରେ ଖପ୍ରାଖୋଲ ପୋଲିସ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନାର ପେଟ୍ରୋଲିଂ ଟିମ୍ ଏସଆଇ ଗୋପୀନାଥ ମହାକୁଡ଼ , କନେଷ୍ଟବଳ ଷ୍ଟାମ୍ପ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ବୋଲେରୋ ରେ କିଛି ଲୋକ ଭର୍ତ୍ତି ହୋଇ ଦ୍ରୁତଗତିରେ ଯାଉଥିବା ଦେଖି ପୋଲିସ ଗାଡିକୁ ଅଟକାଇଥିଲା । ପଚରାଉଚୁରା କରିବାରୁ ଦାଦନ ଶ୍ରମିକ ମାନେ ଗାଇସିଲେଟ ଥାନା ଯୁଗୀମଠ ଗ୍ରାମର ବୋଲି ଜଣାଯାଇଛି । ୫ ଜଣ ପୁରୁଷ, ୫ ଜଣ ମହିଳା, ଜଣେ ନାବାଳିକା ଝିଅ ଏବଂ ୫ ଜଣ ଶିଶୁଙ୍କୁ ଦାଦନ ସର୍ଦ୍ଦାର ବେଆଇନ ଭାବେ ବିଜୟନଗରମ ଚାଲାଣ କରୁଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୯୫/୨୨ ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।