ଖାଲମଡା ସେବା ସମବାୟ ସମିତିରେ ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରକାଶ

0 134

ଦଶପଲ୍ଲା : – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଖାଲମଡା ସେବା ସମବାୟ ସମିତିରେ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଖାଲମଡା ଗ୍ରାମର ପ୍ରକାଶ ପ୍ରଧାନ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ସେବା ସମବାୟ ସମିତିର ସମ୍ପାଦକ ଅମୟ ପ୍ରଧାନଙ୍କ ଉପସ୍ଥିତିରେ ସଭାପତି ଭାବେ ପ୍ରକାଶ ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲା ।ଏହା ପୂର୍ବରୁ ଖାଲମଡା ସେବା ସମବାୟ ସମିତିରେ ପ୍ରତ୍ୟେକ ଜୋନରେ ପ୍ରାର୍ଥୀ ମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =