ଆଇଆଇଏମ ସମ୍ବଲପୁରକୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୂପେ ଗଢିବାର ଲକ୍ଷ୍ୟ

0 94

ସମ୍ବଲପୁର:ସମ୍ବଲପୁରରେ ସ୍ଥାପିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ)ର ଅଷ୍ଟମ ବ୍ଯାଚ ପ୍ରବେଶାର୍ଥୀଙ୍କୁ ସମ୍ବୋଧିତ କରି ନିର୍ଦ୍ଦେଶକ ପ୍ରୋ ମହାଦେବ ଜାଏସଓ୍ବାଲ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନକୁ ଦେଶର ଏକ ଅଗ୍ରଣୀ ସଂସ୍ଥାନ ରୂପେ ଗଢି ତୋଳିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଦେଶର ଅନ୍ୟ ପ୍ରବନ୍ଧନ ସଂସ୍ଥାନଙ୍କ ଠାରୁ ପଛରେ ଏହାର ସ୍ଥାପନା ସତ୍ତ୍ୱେ ପ୍ରଥମ ବ୍ଯାଚରେ ଉତ୍ତିର୍ଣ୍ଣ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି (ପ୍ଲେସମେଣ୍ଟ) ଯୋଗାଇବା ପାଇଁ ଏହା ସୁନାମ ଅର୍ଜନ କରିଛି । ଛ’ବର୍ଷ ପୂର୍ବେ ଏହି ସଂସ୍ଥାନର ପ୍ରଥମ ନିର୍ଦ୍ଦେଶକ ରୂପେ ତାଙ୍କ ନିଯୁକ୍ତି ପରଠାରୁ ଏହାକୁ ଗଢ଼ି ତୋଳିବା ପାଇଁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ରହିଛି ଓ ଏଇଥି ପାଇଁ ତାଙ୍କୁ ଏଠାରେ ଆଉ ଥରେ ନିର୍ଦ୍ଦେଶକ ପଦ ଦିଆଯାଇଛି । ଏହାକୁ ବର୍ତ୍ତମାନ ଆଉ ଆଗକୁ ନେଇ ଯିବାପାଇଁ ସେ ସଂକଳ୍ପବଦ୍ଧ ବୋଲି କହିଛନ୍ତି । ଆଜିକାର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଏଠାକାର ପ୍ରତିଷ୍ଠିତ ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଓ. ପି. ସିଂହ ଓ ସମ୍ମାନିତ ଅତିଥି ରୂପେ ଇଣ୍ଡିଆନ ଅଏଲ କର୍ପୋରେସନର କାର୍ତ୍ତିକ ନିର୍ଦ୍ଦେଶକ ରଞ୍ଜନ କୁମାର ମହାପାତ୍ର, ମୁଖ୍ୟ ବକ୍ତା ରୂପେ ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ଓଁକାର ରାଏ ଓ ଆଇଆଇଏମର ବରିଷ୍ଠ ଅଧ୍ୟାପକ ପ୍ରୋ ଦିପ୍ତୀ ରଞ୍ଜନ ମହାପାତ୍ର ମଞ୍ଚାସୀନ ରହି ଏକତ୍ରିତ ସଭାକୁ ସମ୍ବୋଧିତ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − 7 =