ଏକାଠି ନବାନ୍ନ ଭକ୍ଷଣ କଲେ ମୁଣ୍ଡା ପରିବାର

0 154

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ମୁଣ୍ଡା ପରିବାରର ୭ ପରିବାର ୪୦ ଲୋକ ଏକତ୍ର ହୋଇ ନବାନ୍ନ ଗ୍ରହଣ କରିଥିଲେ । ପ୍ରଥମେ ପରିବାରର ମୁଖ୍ୟ ନୂଆଁ ଧାନକୁ ନେଇ ନବାନ୍ନ ପ୍ରସ୍ତୁତ କରିଥିଲେ । ବଂଶୀୟ ଦେବାଦେବୀ ତଥା ସମଲେଶ୍ୱରୀ, ମହାଲକ୍ଷ୍ମୀଙ୍କଠାରେ ନବାନ୍ନ ଲାଗିଲା ପରେ ସମସ୍ତେ ଏକାଠି ହୋଇ ନୂଆଅନ୍ନକୁ ଆନନ୍ଦ ସହକାରେ ସେବନ କରିଥିଲେ । ସାନମାନେ ବଡ ମାନଙ୍କୁ ନୂଆଁଖାଇ ଜୁହାର୍‌ କରିବା ସହ ବଡ ମାନେ ସାନ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ଗଣପର୍ବ ଓ ଭାତୃତ୍ୱ ଭାବନା ସୃଷ୍ଟି କରିଥାଏ । ଅନେକ ଲୋକ ଦୂରଦୂରାନ୍ତରୁ ଆସି ଏଠାରେ ଯୋଗଦେବା ସହ ପିଠାପଣାରେ ଗାଁ ମହକି ଉଠିଥିଲା ।

hiranchal ad1
Leave A Reply

Your email address will not be published.

twenty − fourteen =