“ସଙ୍ଗୀତଜ୍ଞ ତ୍ରିପୁରାରି ସାବତ ଥିଲେ ଦକ୍ଷିଣ ଓଡ଼ିଶାର ଜାଗ୍ରତ ସାଂସ୍କୃତିକ ପ୍ରହରୀ’

0 50

ଗଞ୍ଜାମ/ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳା କେନ୍ଦ୍ର” ପକ୍ଷରୁ ୭୪ତମ ବାର୍ଷିକୋତ୍ସବ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କଳା କେନ୍ଦ୍ରର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ଜନ୍ମ ଶତ ବାର୍ଷିକୀ ପାଳନ କରାଯାଇଛି । ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି, ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଏସ.ଏମ୍‌.ଆଇ.ଟି. ଅଧ୍ୟକ୍ଷ ଡ଼ଃ. ଭଗବାନ ଗନ୍ତାୟତ, ରାଜ୍ୟ କାଜୁ ଉନ୍ନୟନ ନିଗମ ଚେୟରମ୍ୟାନ୍‌ ସୁବାସ ମହାରଣା, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ, ଗାୟତ୍ରୀ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଓ ୧୪ ନଂ ୱାର୍ଡ କର୍ପୋରେଟର ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ କଳା କେନ୍ଦ୍ରର କାର୍ଯ୍ୟ ଧାରା ଉପରେ ଭୂୟସୀ ପ୍ରଶଂସା କରିବା ସହିତ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ବଳୟ ଭିତରେ ସଙ୍ଗୀତଜ୍ଞ ତ୍ରିପୁରାରି ସାବତ ଥିଲେ ଜଣେ ନିଷ୍ଠାପର ଜାଗ୍ରତ ପ୍ରହରୀ ବୋଲି ମତବ୍ୟକ୍ତ କରିଥିଲେ । ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍‌ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଳା କେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଭକ୍ତି ସଙ୍ଗୀତ ଓ ଅନ୍ତିମ ପର୍ଯ୍ୟାୟରେ ନୃତ୍ୟ ବିଚିତ୍ରା ପରିବେଷିତ ହୋଇଥିଲା । ପରିଶେଷରେ ଉଦ୍‌ଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଦୀଗୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 4 =