ଦଶପଲ୍ଲା : ଅଗ୍ନୀବୀର ଯୋଜନା ପ୍ରତ୍ୟାହାର ଦାବୀରେ ଜାତୀୟ କଂଗ୍ରେସର ନିଷ୍ପତ୍ତି କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କର ନିର୍ଦ୍ଦେଶ ଅନୁଯାୟୀ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ତରଫରୁ ଦଶପଲ୍ଲାର ଗାନ୍ଧୀ ମଇଦାନଠାରେ ଥିବା ଗାନ୍ଧୀ ମୂର୍ତ୍ତୀଠାରେ ସତ୍ୟାଗ୍ରହ ଡାକରା ଦିଆଯାଇଛି । ଆଜି ଅପରାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ କରାଯାଇଥିଲା । ଉକ୍ତ ଡ଼ାକରାରେ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ବିସ୍ମୟ ମହାପାତ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରୋଜ କୁମାର ପରିଡା ପରିଚାଳନା କରିଥିବାବେଳେ, ସୁକାନ୍ତ କୁମାର ଶତପଥୀ (ସଂଯୋଜକ,ଜିଲ୍ଲା ରାଜିବ ଗାନ୍ଧୀ ଫାଉଣ୍ଡେସନ), ଶ୍ରୀମତୀ ଉମାରାଣି ପାଣି (ପୂର୍ବତନ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ), ନାରାୟଣ ସାହୁ (ନୟାଗଡ଼ ଜିଲ୍ଲା ଓବିସି ସେଲ୍ର ଚେୟାରମେନ), ବୁଲୁ ପରିଡ଼ା (ସଭାପତି ଦଶପଲ୍ଲା ବ୍ଲକ କଂଗ୍ରେସ), କାଶିନାଥ ନାଏକ (ସଭାପତି ଗଣିଆ ବ୍ଲକ କଂଗ୍ରେସ ସଭାପତି), ଅଶୋକ କୁମାର ନାୟକ (ନୂଆଗାଁ ବ୍ଲକ କଂଗ୍ରେସ ସଭାପତି), ଚନ୍ଦନ ମହାଲିକ (ଯୁବ କଂଗ୍ରେସ ସଭାପତି), ପ୍ରମୋଦ କୁମାର ମହାପାତ୍ର,ରାଜିବ ଲୋଚନ ମିଶ୍ର, ସମେତ ନିର୍ବାଚନ ମଣ୍ଡଳୀରୁ ଆସିଥିବା କଂଗ୍ରେସ କର୍ମୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କର ଅଗ୍ନୀବୀର ଯୋଜନାକୁ ଯଥା ଶୀଘ୍ର ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଏହି ସତ୍ୟାଗ୍ରହ ପ୍ରତ୍ୟେକ ଗାଁ ଗାଁକୁ ଯାଇ ଜନସଚେତନତା ସୃଷ୍ଟି କରିବା ପାଇଁ କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।