ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର

0 67

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ି ଠାରେ ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର ଦେଖିବାକୁ ମିଳିଛି । ଠାକୁରଙ୍କ ଦର୍ଶନ ସକାଶେ ସନ୍ଧ୍ୟା ହେଲେ ଭକ୍ତଙ୍କ ଭିଡ଼ ଜମୁଛି । ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଥିବାର ଦେଖିବାକୁ ମିଳିଛି ।ଠାକୁରଙ୍କ ବିଭିନ୍ନ ଅବତାର ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଲୋକେ ଠାକୁରଙ୍କର ଦଶ ଅବତାର ଦେଖିବା ସକାଶେ ଭକ୍ତଙ୍କ ସୁଅ ଛୁଟୁଛି । ଗୁଣ୍ଡିଚା ବାଡ଼ିଠାରେ ଠାକୁରଙ୍କର ଶୁଖିଲା ଭୋଗ ବିକ୍ରି ହେବା ସହ ମଧ୍ୟାହ୍ନରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ଓ ରଥଯାତ୍ରା କମିଟିର ଏହିଭଳି ପଦକ୍ଷେପକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ସନ୍ଧ୍ୟା ହେଲେ ଜଗନ୍ନାଥ ମନ୍ଦିର ନିକଟରେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଳିଛି । ଗୁଣ୍ଡିଚା ବାଡ଼ି ନିକଟରେ ମିନାବଜାର, ମୌତ କା କୁଆଁ, ରାମ ଦୋଳି, ବିଭିନ୍ନ ଖାଇବା ଜିନିଷ ଦୋକାନ ବଜାର ପସରା ପଡିଥିବାର ଦେଖିବାକୁ ମିଳିଛି । ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୃତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

1 + six =