ବେଆଇନ ଭାବେ ଗାଁ ସାଥୀ ଛଟେଇକୁ ବିରୋଧ, ବିଡ଼ିଓଙ୍କୁ ଦାବିପତ୍ର

0 201

ଖପ୍ରାଖୋଲ: ସ୍ଥାନୀୟ ବ୍ଲକ ସଭା ଗୃହଠାରେ ବ୍ଲକସ୍ତରୀୟ ଗାଁ ସାଥି ସଂଘର ବୈଠକ ସଂଘ ସଭାପତି ତପିନ୍ଦ୍ର ସୁନାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାଁ ସାଥିଙ୍କ ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା । ଏହି ଅବସରରେ ପଡ଼ିଆବହାଲ ପଞ୍ଚାୟତ କନଗାଁର ଗାଁ ସାଥି କରମ ସିଂ ଛତର , ସାଲେପାଲି ଗାଁ ସାଥି କ୍ଷେତ୍ର ମେହେର ଓ ପାଚେର ଗାଁର ଗାଁ ସାଥି ଅନାମିକା ସେଠଙ୍କୁ ବେଆଇନ ଭାବେ ଗାଁ ସାଥି ପଦବୀରୁ ବହିଷ୍କାର କରିଥିବା ଅଭିଯୋଗ କରି ବୈଠକରେ ଆଲୋଚନା କରିଥିଲେ । ବୈଠକ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀମ ସେନ କହଁରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଆଗାମୀ ପାଞ୍ଚ ତାରିଖ ମଧ୍ୟରେ ଉଚିତ୍‌ ନ୍ୟାୟ ନ ମିଳିଲେ ସଂଘ ତରଫରୁ ବ୍ଲକ ସାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଏ.ପି.ଓ ପ୍ରଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିବାବେଳେ ସଂଘ ସମ୍ପାଦିକା ବୈଜୟନ୍ତି ସରାଫ, କରମ ସିଂ ଛତର, କ୍ଷେତ୍ର ମେହେର, ଅନାମିକା ସେଠ, ଯଶୋବନ୍ତ ସାହୁ , ବେଲମତି ମେହେର, ବର୍ଷା ରାଣୀ ତାଣ୍ଡି, କାଞ୍ଚନ ମଲିକ, ସୁରେନ୍ଦ୍ର ମାଝୀ, ରେଖା ରାଣୀ ବରିହା, ପିଙ୍କି କୁମ୍ଭାର, ପ୍ରମିଳା ବିରି, ସାବିତ୍ରୀ ଚୌହାନ, ଦୀପକ ଭୋଇ, ସମେତ ଶତାଧିକ ଗାଁ ସାଥୀ ଉପସ୍ଥିତ ଥିଲେ । ଗାଁ ସାଥି ଛଟେଇ ସଂପର୍କରେ ଏ.ପି ଓ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ବ୍ଲକ୍‌ ପ୍ରଶାସନ ପାଖରେ କୌଣସି ସୂଚନା ନ ଥିବା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =