ରଥଯାତ୍ରା :ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସ୍‌ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

0 107

ପୁରୀ : ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷ ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ରଥ ଯାତ୍ରାରେ । ଏଣୁ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସ୍‌ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ନିଜେ ପୁରୀ ଜିଲାପାଳ ସମର୍ଥ ବର୍ମା ଓ ଏସପି କେ ବିଶାଲ ସିଂ ଶ୍ରୀ ମନ୍ଦିର ଚାରି ପାଖରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରତିଦିନ । ଶ୍ରୀ ମନ୍ଦିର ସିଂହ ଦ୍ୱାର ସମ୍ମୁଖ ଏବଂ ନିକଟରେ ରଥ ରହିବା ସ୍ଥାନକୁ ଅତି ସୁନ୍ଦର ଭାବେ ସଜାଯାଇଛି । ରାସ୍ତା ଉପରେ ପାରମ୍ପାରିକ ଝୋଟି ଚିତା ରଙ୍ଗରେ ଅଙ୍କା ଯାଇଚି । ଯାହାକି ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ଶ୍ରୀ ମନ୍ଦିରର ସିଂହ ଦ୍ୱାର ସମ୍ମୁଖର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରିଚି ଏହି ଝୋଟି ଚିତାର ଝଲକ ।
ସେହିପରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର ଆକ୍‌ସେସ ରିଡ ତଥା ବାହ୍ୟ ରାସ୍ତା କାମ ଶେଷ ହୋଇଛି । ତାହା ଭକ୍ତଙ୍କ ଯାତାୟତ ପାଇଁ ଖୋଲା ଯାଇଛି । ଭକ୍ତ ମାନେ ପୁରା ଶ୍ରୀ ମନ୍ଦିର ଚାରି ପାଖରେ ବୁଲି ପାରିବେ ଏହି ରାସ୍ତାକୁ ବ୍ୟବହାର କରିକୀ । ତେବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଆଭ୍ୟନ୍ତରୀଣ ସ୍ଥାନରେ କାର୍ଯ୍ୟ ଚାଲୁ ରହିଚି । ଆସନ୍ତା ଡ଼ିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ।
ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ରହିଚି । ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୨୫ ପ୍ଲାଟୁନ ପୋଲିସ ଫୋର୍ସ ଟ୍ରାଫିକ ପାଇଁ ମୁତୟନ ରହିବେ । ଶୃଙ୍ଖଳିତ ଦର୍ଶନ ନେଇ ବ୍ୟାରିକେଡ ବ୍ୟବସ୍ଥା ହୋଇଚି । ଅଧିକ ଭକ୍ତ ଭିଡ ହେଲେ ସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି ।

hiring


ନବ ଯୌବନ ଦର୍ଶନ ପରଦିନ ଅର୍ଥାତ୍‌ ଆସନ୍ତା ୨୦ ତାରିଖରେ ରଥଯାତ୍ରା । ଏଣୁ ହାତରେ ଖୁବ କମ୍‌ ସମୟ ଥିବାରୁ ରଥଯାତ୍ରା ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ । ରଥ ଯାତ୍ରାରେ ୧୬୦ ପ୍ଲାଟୁନ ପୋଲିସ ଫୋର୍ସ, ଅଭିଜ୍ଞ ବରିଷ୍ଠ ପୋଲିସ୍‌ ଅଧିକାରୀ ମୁତୟନ ରହିବେ । ଖୁବ ଶିଘ୍ର ଟ୍ରାଫିକ ଆଡଭାଇଜରି ପୁରୀ ପୋଲିସ୍‌ ଜାରି କରିବ । ବିଭିନ୍ନ ସ୍ଥାନରେ ଏ ନେଇ ଫ୍ଲେକ୍ସ ମଧ୍ୟମରେ ସୂଚନା ଦିଆଯିବ । ସୋସିଆଲ ମିଡ଼ିଆରେ ଆନିମେଟେଡ ଭିଡ଼ିଓ ଜାରି କରାଯିବ । ବିଶେଷ କରି ରଥଯାତ୍ରାରେ ପୁରୀ ବାସିନ୍ଦା କିଭଳି ଯାତାୟତରେ ଅସୁବିଧା ଭୋଗିବେ ନାହିଁ, ଆମ୍ବୁଲାନ୍ସ ଯାତାୟତରେ ଅସୁବିଧା ହେବ ନାହିଁ ସେ ଦିଗରେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 14 =