ବାଲି ପାଇଁ ଅଧପନ୍ତରିଆ ଆବାସ ଯୋଜନା

0 274

ଚମ୍ପୁଆ : କଚ୍ଚା ଘରକୁ ପକ୍କା ଘର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବହୁ ଯୋଜନା ମାନ ପ୍ରଣୟନ କରିବା ସହିତ ସହରାଂଚଳ ଓ ଗ୍ରାମାଂଚଳର ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୪ ମାସ ମଧ୍ୟରେ ଗୃହ ନିର୍ମାଣ ସାରିଲେ ହିତାଧିକାରୀ ମାନଙ୍କୁ ପୁରସ୍କାର ରାଶି ବାବଦକୁ ୨୦ ହଜାର ଓ ୬ ମାସରେ ଶେଷ କଲେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାର ନିୟମ ରହିଛି । ମାତ୍ର ଆବଶ୍ୟକ ଉପକରଣ ଅଭାବ ଯୋଗୁଁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆବାସ ଶେଷ ହେବା ଅନେକ ସମୟରେ ଅସମ୍ଭବ ହୋଇ ପଡିଲାଣି । ଖବର ଅନୁସାରେ ଚମ୍ପୁଆ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦକୁ ଗ୍ରାମାଂଚଳରେ ହିତାଧିକାରୀ ମାନଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ପର୍ଯ୍ୟାୟ ଭିତ୍ତିରେ ପ୍ରଦାନ କରାଯାଉଛି । ମାତ୍ର ଗୃହ ନିର୍ମାଣ ପାଇଁ ଆବଶ୍ୟକ ବାଲି ଓ ଚିପ୍ସର ଅଭାବ ଯୋଗୁଁ କେଉଁଠି ଆବାସ ଗୃହ ଗୁଡିକ ଫାଉଣ୍ଡେସନ ହୋଇ ଅଟକି ରହିଛି ତ ଆଉ କେଉଁଠି ଅଧା କାନ୍ଥରେ ଘରଟି ଠିଆ ହୋଇ ରହଛି । ବିଶେଷ ଭାବରେ ଚମ୍ପୁଆ ବ୍ଲକରେ ବାଲିର ଅଭାବ ଏହାର ପ୍ରମୁଖ କାରଣ ସାଜିଥିବା ବେଳେ ବର୍ଷା ଦିନ ପାଇଁ ଗଚ୍ଛିତ ରଖିଥିବା ବାଲି ମାଫିଆ ମାନେ ଟ୍ରାକ୍ଟର ଟ୍ରିପ ବାଲି ପ୍ରତି ୩ ହଜାରରୁ ୩୫ ଶହ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି । ଅନ୍ୟ ପକ୍ଷରେ ଚମ୍ପୁଆ ତହସିଲ ପକ୍ଷରୁ ଲିଜ୍‌ ଦିଆ ଯାଇଥିବା ବାଲି ଉତ୍ସ ଗୁଡିକରେ ଟ୍ରାକ୍ଟର ଗୁଡିକୁ ଲୋଡିଂ ନ ଦେବା ଏବଂ ଯଦି ବି ଟ୍ରାକ୍ଟରକୁ ଲୋଡ ଦିଆଯାଉଛି ତେବେ ବାଲି ବୋହିବା ପାଇଁ ଅନୁମତି ପତ୍ର ଦିଆଯାଉ ନାହିଁ । ଫଳରେ ରାଜସ୍ୱ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ଚଢଉ ବେଳେ ଏହି ଗାଡି ଗୁଡିକ ଧରା ପଡି ଅଧିକ ମାତ୍ରାରେ ଜରିମାନା ଗଣୁଛନ୍ତି । ଫଳରେ ଟ୍ରାକ୍ଟର ମାଲିକ ଗୁଡିକ ବାଲି ବୋହିବା ପାଇଁ ପଛ ଘୁଂଚା ଦେଉଥିବାରୁ ବାଲିର ଅଭାବ ହେବା ସହିତ ଆବାସ ଗୁଡିକ ଅଧାରେ ପଡି ରହିଛି । ସେହିପରି ଚିପ୍ସ ପାଇଁ ଚମ୍ପୁଆ ବ୍ଲକ ପ୍ରାୟତଃ ଝାରଖଣ୍ଡ ଉପରେ ନିର୍ଭର କରି ଆସୁଥିବା ବେଳେ ଚୋରାରେ କାଁଭାଁ ଚିପ୍ସ ଝାରଖଣ୍ଡରୁ ଓଡିଶା ଭିତରକୁ ପ୍ରବେଶ କରୁଛି । ବିଶେଷ ଭାବରେ ଝାରଖଣ୍ଡରୁ ଆସୁଥିବା ଚିପ୍ସ ଗୁଡିକ ହାଇୱା ଯୋଗେ ଅନୁମତି ନେଇ ପ୍ରବେଶ କରୁଛନ୍ତି । ମାତ୍ର ଆବାସ ବାଲାଙ୍କ ପାଇଁ ଚିପ୍ସ ଅବଶ୍ୟକତା ଠାରୁ ଅଧିକ ହୋଇଯାଉଛି । ଫଳରେ ଆବାସ ହିତାଧିକାରୀ ମାନେ ସଠିକ ସମୟରେ ଚିପ୍ସ ପାଇପାରୁ ନାହାନ୍ତି । ଯାହା ଫଳରେ ଆବାସ କାର୍ଯ୍ୟ ଧିମାରେ ଚାଲିଥିବା ହିତାଧିକାରୀ ମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × five =