ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟଦିବସ ପାଳିତ

0 122

ସୁବର୍ଣ୍ଣପୁର: ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ବିଶ୍ୱ ନାଟ୍ୟଦିବସ ପାଳନ ହୋଇଯାଇଛି । ନିର୍ଦ୍ଦେଶକ ମନୋଜ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବରେ ନାଟ୍ୟଶ୍ରୀ ଗଦାଧର ବାରିକ ଓ ମୁଖ୍ୟବକ୍ତା ଭାବରେ ଶ୍ୟାମାପ୍ରସାଦ ମିଶ୍ର ଯୋଗଦେଇ ଆଜିକାର ଏହିଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ବହୁ ତଥ୍ୟଭିତ୍ତିକ ମତ ରଖିଥିଲେ । ଚଳିତ ବର୍ଷ ପାଇଁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ନାଟ୍ୟଚକ୍ର ସମ୍ମାନ’ ବିଶିଷ୍ଟ ନାଟ୍ୟକାର ହରିହର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଏ ଅବସରରେ ସ୍ଥାନୀୟ କୋଶଳ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଅଙ୍କିତା କଅଁରଙ୍କ ନିର୍ଦ୍ଦେଶିତ ନୃତ୍ୟ “ପଞ୍ଚରସି’ରେ ସ୍ୱାଗତିକା, ଆୟାଲ ଅନ୍ୱେଷା, ଲିଜା, ସସ୍ମିତା ଓ ଶୁଭଶ୍ରୀ ନୃତ୍ୟ ପରିବେଷଣ କରିଥିବା ବେଳେ ଓଁକାର ପ୍ରସାଦ ବାରିକଙ୍କ ନୃତ୍ୟ ‘ରଘୁପତି ରାଘବ’ ଦର୍ଶକ ଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା । ସେହିପରି ବିଦୁସ୍ମିତା ଜାଲଙ୍କ ‘ଚାଲ୍‌ ସଜନୀ’ ଓ ରାକ୍ଷୀ ମହାପାତ୍ର ଙ୍କ ‘ସମ୍ବଲପୁରୀଆ ନନୀ’ ନୃତ୍ୟ ପରିବେଷଣ ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନେଜର ଶିବପ୍ରସାଦ ଗୁରୁଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − 8 =