ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବଙ୍କୁ କଳାହାଣ୍ଡିରେ ସ୍ୱାଗତ

0 98

ଭବାନୀପାଟଣା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ ତମ ରାଷ୍ଟ୍ରୀୟ ଅଧିବେଶନ ଏକ ରେକର୍ଡ ସ୍ଥାପନ କରି ୮୫୦୦ ଛାତ୍ରଛାତ୍ରୀ ଏବଂ ୧୫ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଓ ଓଡିଶାରୁ ୨୩୮ ବିଦ୍ୟାର୍ଥୀ ଏକତ୍ରିତ ହୋଇ ବନ୍ଦେ ମାତାରାମ ଗାଇଥିଲେ । ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଯାଜ୍ଞବଲ୍କ ଶୁକ୍ଲ ସାରା ଦେଶରେ ଏବିଭିପି ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଆଧାର କରି ସାଧାରଣ ସଂପାଦକଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ସେ ଏବିଭିପିର କାର୍ଯ୍ୟକ୍ରମ, କାର୍ଯ୍ୟକଳାପ, ଦେଶରେ ବିଭିନ୍ନ ଗତିବିଧି ଏବଂ ସଦସ୍ୟତା ସଂଖ୍ୟା ୫୦,୬୫,୨୬୪ ବିଷୟରେ ସୂଚନା ଦେଇଥିଲେ ।
ଏବିଭିପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅଧ୍ୟାପକ ଡ଼ ରାଜ୍‌ ଶରଣ ସ୍ୟାହି ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭାବେ ଯାଜ୍ଞବଲ୍କ ଶୁକ୍ଲ ପୁନଃ ନିର୍ବାଚିତ ହୋଇଥିଲେ ।
ଏବିଭିପର ୬୯ ରାଷ୍ଟ୍ରୀୟ ଅଧିବେଶନକୁ କେନ୍ଦ୍ର ଗୃହ ଓ ସହଯୋଗ ମନ୍ତ୍ରୀ ଅମିତ ଶାହା ୦୮ ଡିସେମ୍ବରରେ ଉଦଘାଟନ କରିଥିଲେ । ନିଜକୁ ଏବିଭିପିର ଏକ ଜୈବ ଉତ୍ପାଦ ବୋଲି କହି କେନ୍ଦ୍ର ଗୃହମନ୍ତ୍ରୀ ୨୨ ଜାନୁଆରୀ ୨୦୨୪ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଦିଲ୍ଲୀର ବୁରାଡ଼ି ସ୍ଥିତ ଇନ୍ଦ୍ରପ୍ରସ୍ଥ ନଗରରେ ଆୟୋଜିତ ହୋଇଥିବା ଏବିଭିପିର ୬୯ ତମ ରାଷ୍ଟ୍ରୀୟ ଅଧିବେଶନ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦରେ ୬ଟି ପ୍ରସ୍ତାବ ପାରିତ ହୋଇଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଓ ଜୀବନ୍ତ କ୍ୟାମ୍ପସ ପାଇଁ କଠୋର ପଦକ୍ଷେପ ନିଆଯିବା ଦରକାର,ଯୁବକମାନେ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଉଚିତ୍‌,ପରିବେଶ ସନ୍ତୁଳନତ ପାଇଁ ଯୁକ୍ତିଯୁକ୍ତ ବିକାଶ ଆବଶ୍ୟକ, ବିଶ୍ୱ କଲ୍ୟାଣକାରୀ ଭାରତୀୟ କୂଟନୀତି ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦରେ ବୈଠକରେ ନାରୀ ଶକ୍ତି ବନ୍ଦନ ଅଧିନିୟମ, ଏକ ଐତିହାସିକ ପଦକ୍ଷେପ ଓ ଭାରତୀୟ ସ୍ୱ ଏବଂ ସ୍ୱାଭିମାନର ପ୍ରତୀକ ଶ୍ରୀରାମ ମନ୍ଦିର ଏହି ଭଳି ପ୍ରସ୍ତାବ ପାରିତ ହୋଇଛି ।
ଆଜି ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଶ୍ନବାଚୀ, ନାକ୍‌ ଗ୍ରେଡ କମିଯିବା,ତିନୋଟି କୃଷୀ ବିଶ୍ୱବିଦ୍ୟାଳୟର ଆଇସିଏଆର ମାନ୍ୟତା ନାହିଁ ,ରାଜ୍ୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି, ଏଆଇସିଟିଇର ମାନ୍ୟତା ପ୍ରାପ୍ତ ନଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ଏମ୍‌ବିଏ ଡିଗ୍ରୀ ଦେଉଛନ୍ତି । ବିଦ୍ୟାର୍ଥୀ ମାନେ କ୍ୟାମ୍ପସ ଯାଉ ନାହାନ୍ତି ତେଣୁ ଏହି ସବୁ ଶିକ୍ଷା ସମସ୍ୟାକୁ ନେଇ ଏବିଭିପି ଓଡ଼ିଶା ଆନ୍ଦୋଳନ କରିବା ସହିତ ବିଦ୍ୟାର୍ଥୀମାନଙ୍କୁ କ୍ୟାମ୍ପସ ଚାଲ ଅଭିଯାନ ଆରମ୍ଭ କରିବ ।
ଏହି ରାଷ୍ଟ୍ରୀୟ ଅଧିବେଶନରେ କଳାହାଣ୍ଡି ଓ ବଲାଙ୍ଗିର ବିଭାଗ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଘ ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି ।ଏହା ସହିତ ଦୀପ୍ତି ମୟି ପ୍ରତିହାରୀ କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ଭାବେ ଓ ଭୁବନେଶ୍ୱରରୁ ଚଣ୍ଡୀ ପ୍ରସାଦ ସୁଆର, କଟକରୁ ଶ୍ୟାମ ସୁନ୍ଦର ସାହୁ,ସମ୍ବଲପୁରରୁ ସ୍ୱେତାଂଶୁ ବରାଇ,କନ୍ଧମାଳରୁ ତଅପୋଇ କହଁର ଓ କୋରାପୁଟରୁ ତନ୍ମୟ ପ୍ରଧାନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତିରେ ସାମିଲ କରା ଯାଇଛି । ପ୍ରିୟ ରଞ୍ଜନ ରାଉତଙ୍କୁ ରାଷ୍ଟ୍ରୀୟ କଳାମଞ୍ଚର ଜାତୀୟ ସହ ସଂଯୋଜକ ଓ ଆଲେଖିକା ପଟ୍ଟନାୟକଙ୍କୁ ଆଗ୍ରିଭିଜନର ରାଷ୍ଟ୍ରୀୟ ସହ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ।ଏହି ପରିପେକ୍ଷୀରେ ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କଲେଜ ଛକ ଠାରେ ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଘଙ୍କୁ ସ୍ୱାଗତ କରାଯାଇଛି । ସେଇଠି ସ୍ୱାଗତ ପରେ ଶୋଭାଯାତ୍ରା ଆସି ମାଣିକେଶ୍ୱରୀ ମନ୍ଦିରରେ ସମ୍ପନ୍ନ ହୋଇଥିଲା । ପ୍ରାନ୍ତ କୋଷାଧ୍ୟକ୍ଷ ଅଶୋକ ସିଂ ଓ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ନବ ନିର୍ବାଚିତ ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଘଙ୍କୁ ସ୍ୱାଗତ କରିଥିଲେ । ସେହିଭଳି କଳାହାଣ୍ଡି ଛାତ୍ର ନେତା ସମୀପ ରାଉତଙ୍କୁ ରାଜ୍ୟ ମିଡ଼ିଆ ସହ ସଂଯୋଜକ ଓ ଜୟପାଟଣାର ସୁରଜ ସାହୁ ଓ ଧର୍ମଗଡର ସାଇ ଦର୍ଶନ ଠାକୁରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ୱ ଦିଆଯାଇଛି ।
ଗୁଣବତ୍ତା ଶିକ୍ଷା ପାଇଁ ବିଦ୍ୟାର୍ଥୀ ମାନଙ୍କୁ କ୍ୟାମ୍ପସ ଯିବା ପାଇଁ ପ୍ରେରିତ କରିବା ସହିତ ସାର୍ଥକ ଓ ଆନନ୍ଦମୟ କ୍ୟାମ୍ପସ ଜୀବନ ପାଇଁ ପ୍ରେରିତ କରିବ ଏବିଭିପି ଓ ରାଜ୍ୟର ଶିକ୍ଷା ସମସ୍ୟାର ସମାଧାନ ଓ ଗୁଣାତ୍ମକ ଶିକ୍ଷା ପାଇଁ ବିଭିନ୍ନ ସ୍ତରରେ ଆନ୍ଦୋଳନ କରିବୁ ବୋଲି ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଘ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 + thirteen =