ମାର୍ଲାଙ୍ଗା ଗ୍ରାମ ପଞ୍ଚାୟତରେ ଉତ୍କଟ ଜଳ ସଂକଟ , ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଚେତାବନୀ

0 100

ବାଲିଗୁଡ଼ା: ଟୋପେ ବିଶୁଦ୍ଧ ପିଇବା ପାଣି ପାଇଁ ଡହଳ ବିକଳ ଅଞ୍ଚଳବାସୀ । ଗାଁ ରେ ଅଛି ଗୋଟିଏ ନଳକୂପ । ହେଲେ ସେଥିରୁ ବାହାରୁଛି ଦୂଷିତ ପାଣି । ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସୁଧୁରୁନି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ମାର୍ଲାଙ୍ଗା ଗ୍ରାମ ପଞ୍ଚାୟତରୁ ।
ଏ ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ମାର୍ଲାଙ୍ଗା ଗ୍ରାମ ପଞ୍ଚାୟତର ସାଲକି ସୀତାନଗର ଗାଁ ର ଦୃଶ୍ୟ । ସରକାର ପ୍ରତି ଗାଁରେ ଘରକୁ ଘର ବିଶୁଦ୍ଧ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ହେଲେ ମାର୍ଲାଙ୍ଗା ଗ୍ରାମ ପଞ୍ଚାୟତର ସାଲକି ସୀତାନଗର ଗ୍ରାମବାସୀ ଦୁର୍‌ଦ୍ଦିନରେ ଦିନ କାଟୁଛନ୍ତି । ଗାଁ ରେ ଦୀର୍ଘ ବର୍ଷରୁ ପାନୀୟ ଜଳର ସମସ୍ୟା ଲାଗିରହିଛି । ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବର୍ଷେ ପୂର୍ବେ ଏକ ନଳକୂପ ଖନନ ହୋଇଥିଲା ଗାଁରେ । ହେଲେ ସେଥିରୁ ବାହାରୁଥିବା ପାଣି ପିଇବ ଉପଯୋଗୀ ନୁହେଁ । ଅଞ୍ଚଳବାସୀ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ସମୟରେ ନାନାଦି ରୋଗର ଶୀକାର ହେଉଥିବା କହିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ରୋଗରେ ପଡ଼ି ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହେଉଥିବା ବେଳେ ଅନେକ ଲୋକେ ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ପଞ୍ଚାୟତ ସ୍ତରରୁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍‌ କୌଣଶି ସୁଫଳ ମିଳିନଥିବା କହିଛନ୍ତି ଅଞ୍ଚଳବାସୀ । ସେପଟେ ଯଥାଶୀଘ୍ର ଅଞ୍ଚଳର ଜଳ ସମସ୍ୟାର ସମାଧାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ।

hiranchal ad1
Leave A Reply

Your email address will not be published.

3 × 2 =