ଜୟ ମାଁ ପାଟଣେଶ୍ୱରୀ କଲେଜ ପରିସରରେ ବାସନ୍ତିକ ସାହିତ୍ୟ ସମାରୋହ ପାଳିତ

0 89

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଜୟ ମାଁ ପାଟଣେଶ୍ୱରୀ କଲେଜ ପାଞ୍ଚଛକ ଚଙ୍ଗରିଆ ଠାରେ ବାସନ୍ତିକ ସାହିତ୍ୟ ସମାରୋହ ପାଳିତ ହୋଇଅଛି । ଏହି ମଞ୍ଚରେ ସୁଶୀଳ କୁମାର ଗୁରୁ -ସଭାପତି, ଭିକାରୀ ଚରଣ ମିଶ୍ର-ମୁଖ୍ୟ ଅତିଥି , ମୁଖ୍ୟବକ୍ତା ଡ.ନାରାୟଣ ପ୍ରଧାନ – ଅଧ୍ୟକ୍ଷ ଲାଠୋର ଏଚ.ଏସ.ଏସ, ସମ୍ମାନିତ ଅତିଥି ଡ଼.ନକୁଳ ମେହେର ଓଡିଆପ୍ରଧ୍ୟାପକ ଜବାହରଲାଲ କଲେଜ-ପାଟଣାଗଡ଼, ସମ୍ମାନିତ ଅତିଥି ଦୀଲ୍ଳୀପ କୁମାର ପ୍ରାୟତଃ ଓଡ଼ିଆ ପ୍ରଧ୍ୟାପକ ମୂରିବାହାଲ ଏଚ.ଏସ.ଏସ, ସମ୍ମାନିତ ଅତିଥି ମୁରଲୀଧର ଷଡ଼ଙ୍ଗୀ ପୂ୍‌:ତ: ଶିକ୍ଷକ ଯୋଗଦାନ କରିଥିଲେ । କଲେଜ ପରିଚାଳକ କ୍ଷୀରୋଦ କୁମାର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜ୍ୟୋତି ପ୍ରକାଶ ଗଡତ୍ୟା ମଞ୍ଚ ପରିଚାଳନା କରିଥିଲେ ଓ ଧରମସିଂ ଧାରୁଆ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱନାଥ ଦଳପତି-ଅଧ୍ୟକ୍ଷ ଯୁକ୍ତ ତିନି, ସସ୍ମୀତା ସ୍ନେ୍‌ ବାରିକ-ଅଧ୍ୟକ୍ଷା ଯୁକ୍ତ ଦୁଇ, ବିଶିଷ୍ଟ କବି ଶିକ୍ଷାବିତ୍‌ ଆଶିଷ ଚନ୍ଦନ, କବି ଦୀଲିପ କୁମାର ମିଶ୍ର, କବି ଲାଲଚନବଗର୍ତ୍ତୀ, କବି ସନ୍ତୋଷ ଦାଶ, କବି ଭକ୍ତ ବନ୍ଧୁ ବିଶ୍ୱାଳ, ବରିଷ୍ଠ ଶିକ୍ଷାବିତ୍‌ ଡ଼ ନାରାୟଣ ମିଶ୍ର, ଡିଲେଶ୍ୱର ସାହୁ ଅଧ୍ୟାପକ ଜେ.ଏମ.ପି କଲେଜ , ସୁଷମା ରାଉତ ଅଧ୍ୟାପିକା ଜେ.ଏମ.ପି କଲେଜ ଯୋଗଦାନ କରିଥିଲେ । ଏହି ସମାବେଶରେ ଭୀକାରୀ ଚରଣ ମିଶ୍ର ଙ୍କୁ ୨୦୨୨ ବାସନ୍ତିକ ସାହିତ୍ୟ ସମ୍ମାନରେ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରାଗଲା । ଶେଷରେ କବିତା ପାଠ ଆରମ୍ଭ ହୋଇଥିଲା ଓ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କବିତା ଆଶର ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

12 − eleven =