ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ପରିଦର୍ଶନ କଲେ ସ୍ୱତନ୍ତ୍ର ସଚିବ

0 130

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଟିକାବାଲିକୁ ଉଚ୍ଚ ଶିକ୍ଷା ବିଭାଗରୁ ତରଫରୁ ସ୍ୱତନ୍ତ୍ର ସଚିବ ଆଜି ପରିଦର୍ଶନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଏବଂ ପ୍ରଫେସର ଆଧ୍ୟାପକ ବନମାଳୀ ବେହେରା, ସମସ୍ତ ଆଧ୍ୟାପକ ସ୍ୱତନ୍ତ୍ର ସଚିବଙ୍କୁ ସ୍ୱାଗତ କରାଯାଇଥିଲା । ମହାବିଦ୍ୟାଳୟ ପାଇଁ ମିଳିଥିବା ଅନୁଦାନ ଠିକରେ ବିନିଯୋଗ ହେଉଛିକି ନାହିଁ, ଉଚ୍ଚ ଶିକ୍ଷା ସଚିବଙ୍କ ନିର୍ଦ୍ଦେର୍ଶକ୍ରମେ ତାହା ସ୍ୱତନ୍ତ୍ର ସଚିବ ଏବଂ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ପୁଙ୍ଖାନପୁଙ୍ଖ ଭାବରେ ଅନୁଧ୍ୟାନ କରିବା ସହିତ ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ତଦାରଖ କରିଥିଲେ । ଏଏମସିଏସ ମହାବିଦ୍ୟାଳୟର ଶ୍ରେଣୀଗୃହ, ମହାବିଦ୍ୟାଳୟ ପାଇଁ ଆବଶ୍ୟକ ଜିନିଷ କିଣା ଯାଇଥିବା ଏବଂ ନିର୍ମାଣ କୋଠାଘରକୁ ସଚିବ ପରିଦର୍ଶନ କରିଥିଲେ । ଆଞ୍ଚଳିକ ନିର୍ଦ୍ଦେଶକ ସମସ୍ତ ଶ୍ରେଣୀକକ୍ଷ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିଜକୁ କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଉପଦେଶ ଦେଇଥିଲେ । କଲେଜ ନାକ (NAAC) ସ୍ୱୀକୃତି ଯେପରି ଶୀଘ୍ର ହେବ ସେ ବିଷୟରେ ଅଧ୍ୟାପକ, ଅଧ୍ୟାପିକାଙ୍କ ସହିତ ସ୍ୱତନ୍ତ୍ର ସଚିବ ଆଲୋଚନା କରିଥିଲେ । ପରିଦର୍ଶନରେ ଆସିଥିବା ସ୍ୱତନ୍ତ୍ର ସଚିବ ନୂତନ କୋଠାଘର, କିଣା ଯାଇଥିବା ଜିନିଷର ସଦୁପଯୋଗ ଓ ରକ୍ଷଣାବେକ୍ଷଣ ଉପରେ ସମସ୍ତ ମହାବିଦ୍ୟାଳୟର କର୍ମଚାରୀଙ୍କୁ ନେଇ ଆଲୋଚନା କରିଥିଲେ । ଟିକାବାଲି ମହାବିଦ୍ୟାଳୟର ପ୍ରିନସିପାଲ ଦୀନବନ୍ଧୁ ମହାନ୍ତି, ରୁଷା (RUSA ) ସଂଯୋଜକ ଅଧ୍ୟାପକ ବନମାଳୀ ବେହେରା, ସମସ୍ତ କର୍ମଚାରୀ, ଅଞ୍ଚଳର ଜନସାଧାରଣ ଓଡିଶା ସରକାର ତଥା ଉଚ୍ଚ ଶିକ୍ଷା ସଚିବଙ୍କୁ ଏହି ଅନୁଦାନ ନିମନ୍ତେ କୃତଜ୍ଞତା ଜଣେଇଥିଲେ ।

hiranchal ad1
Leave A Reply

Your email address will not be published.

nineteen − 9 =