ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଉଛି ରିହାତି ଦରରେ ଧାନ ବିହନ

0 169

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ଜିଲ୍ଲାର ୭ ଟି ବ୍ଳକ ମଧ୍ୟରୁ ମୁଖ୍ୟତଃ କାଶୀନଗର, ଗୁମ୍ମା, ଗୋଶାଣୀରେ ଅଧିକା ଧାନ ଚାଷ ହୋଇଥାଏ । ଜଳ ସେଚନ ସୁବ୍ୟବସ୍ଥା ସାଙ୍ଗକୁ ଜଳସେଚିତ ଜମି ହୋଇ ଥିବାରୁ ଏହି ଅଞ୍ଚଳ ଗୁଡିକରେ ଧାନ ଅଧିକ ଅମଳ ହୋଇଥାଏ । ଅନ୍ୟ ବ୍ଳକ ଗୁଡିକରେ ମକା, କପା ଏବଂ ବିଭିନ୍ନ ପନିପରିବା ଚାଷ ଓ ଉଦ୍ୟାନ ଭିତ୍ତିକ ଚାଷ ଅଧିକ ହୋଇଥାଏ । କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ ବା ଡିଲେର ଜରିଆରେ ବିଭିନ୍ନ କିସସନ ଧାନ ବିହନ ଓ ଧନିଚା ରିହାତି ଦରରେ ଯୋଗାଇ ଦିଆଯାଉଛି । ଏହି ବିଷୟରେ ସହକାରୀ ବିହନ ଉତ୍ପାଦନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ପାରଳାଖେମୁଣ୍ଡି ବିହନ ଉତ୍ପାଦନ ଗୋଦାମରେ ଛଅ ହଜାର ସାତ ସହ ଅଠାବନ କୁଇଣ୍ଟାଲ ଧାନ ବିହନ ମହଜୁଦ ରହିଅଛି । ଖଣ୍ଡଗିରି,ବୀଣା, ଏମ୍‌ଟିୟୁ ୧୨୨୪, ସ୍ୱର୍ଣ୍ଣ ମସୁରି,ଏମ୍‌ଟିୟୁ ୧୦୭୫, ସ୍ୱର୍ଣ୍ଣ ସବ ୱାନ, ସାରଳା, ଆରଜିଏଲ ୨୫୩୭, ଏମଟିୟୁ ୧୦୬୧,ପୂଜା, ଏମ୍‌ଟିୟୁ ୧୦୬୪ ଏମ୍‌ଟିୟୁ ୭୦୨୯ (ସ୍ୱର୍ଣ୍ଣ) ଏହିଭଳି ଦୀର୍ଘ ମିଆଦୀ ଓ ସ୍ୱଳ୍ପ ମିଆଦୀ ଧାନ ବିହନ ମହଜୁଦ ଥିବାର ସୂଚନା ଦେଇଛନ୍ତି । ଜିଲ୍ଲାରେ ୪୯ ଗୋଟି ସମବାୟ ସମିତି ରହିଥିବା ବେଳେ ୩୫ ଗୋଟି ଡିଲର ରହିଥିବାର ପ୍ରକାଶ କରିଛନ୍ତି । ପଞ୍ଜିକୃତ ଚାଷୀ ଗୋ ସୁଗମ ପୋର୍ଟାଲକୁ ଯାଇ ଅଗ୍ରୀମ ବୁକିଙ୍ଗ କରି ଦଶ ପ୍ରତିଶତ ଅର୍ଥ ରାଶି ଜମା କରି କେଉଁ ପ୍ରକାରର ବିହନ ନେବେ ତାହା ଚୟନ କରି ଡିଲର ବା ସମବାୟ ଜରିଆରେ ଧାନ କିଣିପାରିବେ । ବଳକା ଅର୍ଥ ରାଶି ଡିଲର ବା ସମବାୟ ସମିତି ଜରିଆରେ ଜମା କରି ଧାନବିହନ କିଣି ପାରିବେ । ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁସାରେ ଧାନ ବିହନର କୁଇଣ୍ଟାଲ ପିଛା ମୂଲ୍ୟ ୩୬୫୦ ରହିଛି । ଦଶ ବର୍ଷରୁ କମ ବିହନକୁ କୁଇଣ୍ଟାଲ ପିଛା ସବସିଡି ୧୫୦୦ ଟଙ୍କା ରହିଥିବା ବେଳେ ୧୦ ବର୍ଷରୁ ଅଧିକା ଧାନ ବିହନକୁ ୧୨୫୦ ଟଙ୍କା ସବସିଡି ରହିଥିବାର ଜଣା ପଡ଼ିଛି । ଜଣେ ଚାଷୀ ତିନି ହେକ୍ଟର ପର୍ଯ୍ୟନ୍ତ ଧାନ ବିହନ ସବସିଡି ପାଇପାରିବେ । ଚାଷୀଙ୍କ ଫାର୍‌ ମାର ଆଇଦି, ଫୋନ ନମ୍ବର ଧାନ କିଣିବା ସମୟରେ ପ୍ରଦାନ କଲେ ସବସିଡି ଟଙ୍କା ଆକାଉଣ୍ଟକୁ ପ୍ରଦାନ କରାଯିବ ବୋଲି କହିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

17 − eleven =