ଫୁଲବାଣୀ ଠାକୁରାଣୀ ଯାତ୍ରା; ସମ୍ବଲପୁରୀ ଗୀତରେ ଦୁଲକିଲା ମଣ୍ଡପ

0 156

ଫୁଲବାଣୀ: ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରାର ଷୋଡ଼ଶ ସନ୍ଧ୍ୟାରେ ବର୍ଷା ସହ ବିଜୁଳି ମାରୁଥିବା ଦେଖିବାକୁ ମିଳିଥିଲେ ହେଁ ଦର୍ଶକଙ୍କ ଭିଡ଼ କିଛି କମ ନଥିଲା । ବୁଧବାର ପଞ୍ଚଦେବୀଙ୍କ ସହ ମା କାଳୀ ନଗର ଭ୍ରମଣରେ ଗୋପାଳ ସାହି, ଅମଲା ପଡା, ଏସପିଙ୍କ ବାସଭବନ, ଉପଜିଲ୍ଲାପାଳଙ୍କ ବାସଭବନ ଠାରେ ଭୋଗ ଆଳତି ସାରି ଗମ୍ଭୀରାକୁ ଫେରିଥିଲେ । ନଗର ଭ୍ରମଣ ସମୟରେ ଯାତ୍ରା ପରିଚାଳନା କମିଟିର ସଭାପତି ସୁଧାଂଶୁ ସେନାପତି ଓ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଅନ୍ୟ ପଟରେ ମାଙ୍କ ଭ୍ରମଣ ଯିବାପରେ ଯାତ୍ରା ମଣ୍ଡପଠାରେ ଫୁଲଝରନ ପକ୍ଷରୁ ସମ୍ବଲପୁରୀ ମେଲୋଡ଼ି ଅନୁଷ୍ଠିତ ହୋଇଥିଲା । ବାଦ୍ୟର ତାଳେତଳେ ଅନେକ ଦର୍ଶକ ମଧ୍ୟ ଝୁମୁଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ଯୋଗଦେଇ ସମସ୍ତ ଜନସାଧାରଣ ଶାନ୍ତି ଶୃଙ୍ଖଳାରେ ମାଆଙ୍କୁ ପ୍ରାର୍ଥନା କରିବା ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ପରାମର୍ଶ ଦେଇଥିଲେ ।

hiring

ସମ୍ମାନିତ ଅତିଥି ଡ଼ିସିବି ବ୍ୟାଙ୍କର ଶାଖା ପରିଚାଳକ ପ୍ରତେଜା ନାୟକ ଓ ଯାତ୍ରା ପରିଚାଳନା କମିଟିର ସଭାପତି ପି. ସୁଧାଂଶୁ ସେନାପତି, ଉପସଭାପତି ସୁଜିତ୍‌ ବେହେରା, ସାଂସ୍କୃତିକ ସଂପାଦକ ଲୋକନାଥ ରାଜୁ ଓ କାର୍ଯ୍ୟାଳୟ ସମ୍ପାଦକ ସୁବାଷ ବେହେରା , କାର୍ଯ୍ୟକାରୀ ସଦସ୍ୟ ଅସିତ୍‌ ମହାନ୍ତି ଓ ଅନ୍ୟମାନେ ଯୋଗ ଦେଇଥିଲେ । ଆଉ କିଛିଦିନ ନଗର ଭ୍ରମଣ ପରେ ପରେ ବିଭିନ୍ନ ବଜାର କମିଟି ପକ୍ଷରୁ ପଞ୍ଚଦେବୀଙ୍କ ଆବାହନ ଆରମ୍ଭ ହେବ । ଏଥିପାଇଁ ବିଭିନ୍ନ ବଜାର କମିଟି ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଥିବାର ଦେଖାଯାଇଛି । ଦିନକୁ ଦିନ ସହରରେ ବହୁ ଦର୍ଶକଙ୍କର ସମାଗମ ଆରମ୍ଭ ହୋଇଥିବା ବେଳେ ପୁଲିସ୍‌ ପ୍ରଶାସନ ଏବେଠାରୁ ସଜାଗ ହୋଇ ରହିବାକୁ ମଧ୍ୟ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । କାର୍ଯ୍ୟକ୍ରମ ପରିଚାଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ଜଗନ୍ନାଥ ରାଜୁ, ଆଲୋକ ସେନାପତି, ମିଟୁ ସାହୁ ଓ ବିନୋଦ ସାହୁ ଓ ସମସ୍ତ ସ୍ୱେଚ୍ଛାସେବୀ ଓ ପୁଲିସ୍‌ ପ୍ରଶାସନ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

14 − ten =