ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

0 209

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ନବ ଗଠିତ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶ ନିହାର ରଞ୍ଜନ କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର,ସାଂସଦ ପ୍ରତିନିଧି ଶରତ ଶତପଥୀ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସମସ୍ତ ବ୍ଲକ୍‌ର ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ନିହାର ରଞ୍ଜନ କହଁର ନବ ଗଠିତ ପରିଷଦର ସମସ୍ତ ନବ ନିର୍ବାଚିତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖଙ୍କୁ ପ୍ରଥମ ବୈଠକରେ ସ୍ୱାଗତ କରିବା ସହ ପ୍ରଶାସନ ତରଫରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଜିଲ୍ଲାର ବାଲ୍ୟ ବିବାହକୁ ରୋକିବା ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ପୁନଶ୍ଚ ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା ଝିଅଙ୍କୁ ପୁନର୍ବାର ସ୍କୁଲକୁ ଫେରାଇ ଆଣିବାକୁ ସମସ୍ତେ ସହଯୋଗ କରିବାକୁ କହିଥିଲେ । ଜିଲ୍ଲାର ୫-ଟି ସ୍କୁଲ ଗୁଡିକର ଶିକ୍ଷା ଭିତ୍ତିଭୂମିକୁ ଆହୁରି ସୁଦୃଢ ଓ ବିକଶିତ କରିବା ଉପରେ ଗୁରୁତ୍ୱ ଦେଇ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପରେ ଗତ ତା ୧୮/୧୧/୨୧ ରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକର ଦୃଢ଼ୀକରଣ ନିମନ୍ତେ ବିବରଣୀ ଉପସ୍ଥାପନା କରିଥିଲେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କହଁର । ଜିଲ୍ଲାପରିଷଦ ଅଧ୍ୟକ୍ଷକ୍ଷ ଶ୍ରୀମତୀ ସୁପାର ଠେଲା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜ ବକ୍ତବ୍ୟରେ ସରକାରଙ୍କ ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରି ଲୋକଙ୍କ ପାଖରେ ସଫଳତାର ସହ ପହଞ୍ଚାଇବାକୁ ସମସ୍ତେ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି । ଆଜିର ବୈଠକରେ ୨୦୨୨-୨୩ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରକଳ୍ପ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ଗୃହରେ ଉପସ୍ଥାପନା କରାଯାଇଛି । ଏହି ଅବସରରେ ବୈଠକରେ ବିଶେଷ ଭାବେ ଜିଲ୍ଲାର ବନଖଣ୍ଡ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଯୋଗାଣ ବିଭାଗ, ସେବା ସମବାୟ, ଜିଲ୍ଲା ଶ୍ରମ ବିଭାଗ,ଜଳ ସେଚନ ବିଭାଗ, ବିଦ୍ୟୁତ ବିଭାଗ, ମତ୍ସ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ,ଆର ଡବ୍ଲୁ ଡି, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପ୍ରଭୁତି ଦ୍ୱାରା ସରକାରଙ୍କ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ଥିତି, ଅବସ୍ଥିତି ଓ ନୂତନ ଭାବେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ବିଭାଗୀୟ ଅଧିକାରୀ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ମାନ୍ୟବର ସଦସ୍ୟ ସଦସ୍ୟା ନିଜ ନିଜ ଅଂଚଳରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଉପରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶ୍ନ ରଖିଥିଲେ । ଜିଲ୍ଲାର କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଗୃହରେ ଉପସ୍ଥିତ ସଦସ୍ୟ,ସଦସ୍ୟାଙ୍କୁ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଅବଗତ କରାଇଥିଲେ । ଜିଲ୍ଲାରେ ଏକକ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବାର ବାର୍ତ୍ତା ନେଇ ଆଜି ବୈଠକରେ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ତରଫରୁ ଷ୍ଟିଲ ବୋତଲରେ ପାନୀୟ ଜଳ ଯୋଗାଣ କରାଯାଇଥିଲା । ଶେଷରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 3 =