କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ “ମାଙ୍କଡ ଜୀବନ ରକ୍ଷା’ ପାଇଁ ଅଭିନବ ଅନୁରୋଧ

0 65

ଭବାନିପାଟଣା: ଆଜି କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣାର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ସାକ୍ଷାତ କରି ଭବାନୀପାଟଣାରୁ ରାୟଗଡ଼ା ରାସ୍ତାରେ ଲାଞ୍ଜିଗ଼ଡ଼ ଜଙ୍ଗଲ ଅଧିନସ୍ଥ ରାସ୍ତାରେ ମାଙ୍କଡଙ୍କ ଜୀବନ ରକ୍ଷା ପାଇଁ ଅଭିନବ ଅନୁରୋଧ କରିଛନ୍ତି । ତତ୍‌ ସହିତ ଏହି ବିଷୟରେ ଚିତ୍ର ଅଙ୍କନ କରି ସଚେତନତା ସୃଷ୍ଟି କରିଛନ୍ତି । ୪ ର୍ଥ ରୁ ୭ ମ ଶ୍ରେଣୀ ପାଠ ପଢୁଥିବା ଛାତ୍ର ଛାତ୍ରୀମାନେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ଜିଲ୍ଲପାଳଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ଜଣାଇଲେ । ପୋଖରିବନ୍ଧ ନିକଟସ୍ଥ ଲାଞ୍ଜିଗଡ଼ ରାସ୍ତାରେ ପ୍ରତ୍ୟହ କିଭଳି ମାଙ୍କଡ ମାନଙ୍କର ଜୀବନହାନୀ ଘଟୁଛି ତା ଉପରେ ବର୍ଣ୍ଣନା କଲେ । ଅନେକ ଯାତ୍ରୀ ମାଙ୍କଡମାନଙ୍କୁ ସେହି ରାସ୍ତାରେ ଗାଡ଼ିରେ ଯାତ୍ରା କରିବା ସମୟରେ ବିଭିନ୍ନ ଖାଦ୍ୟ ଦେଉଛନ୍ତି ଏବଂ ମାଙ୍କଡମାନେ ସେଥିପାଇଁ ନିଜ ନିଜ ଭିତରେ ସଂଘର୍ଷ କରି ଅକାରଣରେ ରାସ୍ତାରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଯେଉଁ ଖାଦ୍ୟ ମାଙ୍କଡମାନଙ୍କ ପାଇଁ ହିତକର ନୁହେଁ ତାହା ଖାଇ ସେମାନେ ରୋଗୀଣା ହେଉଛନ୍ତି । ଏଥିପାଇଁ ସେହି ସ୍ଥାନରେ ସତର୍କତାମୂଳକ ସଚେତନତା ସାଇନ୍‌ ବୋର୍ଡ ଲଗାଯାଉ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ଆଇନ୍‌ ର ସଦୁପଯୋଗ ହେଉ ବୋଲି ଅନୁରୋଧ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଏ ବାବଦରେ ସମ୍ବେଦନଶୀଳ ହେଇ ଦରଖାସ୍ତ ସହିତ ଜିଲ୍ଲାପାଳଙ୍କୁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଯେହେତୁ ଆସନ୍ତା ଡିସେମ୍ବର ୧୪ ତାରିଖରେ ବିଶ୍ୱ ମାଙ୍କଡ ଦିବସ ଥିବାରୁ ଏ ବାବଦରେ ସମସ୍ତେ ସଚେତନ ହୁଅନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × five =