ଜୋରସୋରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ

0 47

ପୁରୀ:ରଥଖଳାରେ ରଥ ନିର୍ମାଣ ଚାଲିଥିବାବେଳେ ୪୪ଟି ଯୋଖା ତିନିରଥର ଚାରିପାର୍ଶ୍ୱକୋଣରେ ପିଟିଙ୍ଗ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଭୂଇଁ ନିର୍ମାଣ ସରିଛି । ପ୍ରଥମଭୂଇଁ ନମ୍ବରିଂ ପରେ ଖୋଲାଯାଇ ସାଇତା ଯିବ । ପରେ ୪ ନାହାକାରେ ପ୍ରଥମ ଭୂଇଁ ପ୍ରେମ ସଂଯୋଗ କରାଯାଇ ତିନି ରଥରେ ୧୪ ନାହାକା ସେଟିଂ କରାଯିବ । ଏହି ପ୍ରଥମ ଭୂଇଁ ୬ଟି ଓରା ଏବଂ ୪ଟି ଖମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ୱରେ ୨୪ଟି ପାଖୁଡ଼ା ଏବଂ ୧୬ଟି ଛିଆଣ ପାଖୁଡାକୁ ଧରି ରଖୁବା ପାଇଁ ୨୪ଟି ଭୂଇଁ ଖମ୍ବୀ ଚାରି ପାର୍ଶ୍ୱରେ ସଂଯୋଗ ହୋଇଛି ।

hiring


ଏଥିସହ ଭୂଇଁର ମଧ୍ୟ ଭାଗରେ କନକ ମୁଣ୍ଡି ପାଇଁ କନକ ମୁଣ୍ଡି ପଟା ଚାରି ଗୋଟି ବର୍ଗାକାର ଭାବେ ସେଟିଂ ହୋଇଛି । ଏତଦ୍‌?ବ୍ୟତୀତ ତିନିରଥର ୮ଟି ଲେଖାଏ ଗାରେଡି ସାରି ତିନି ରଥର ୪ଟି ଲେଖାଏ ଅଁଳା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ରୂପକାର ସେବକମାନେ ରଥର ସିଂହାସନରେ କୁମ୍ଭ, ଡାଳି ଲତା, ପଦ୍ମ ପାଖୁଡ଼ା ଖୋଦେଇର ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ଦୁଆର ବେଢ଼ା ପାଇଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖୁଛନ୍ତି । ଦୋଳବେଦୀସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ଭୂଇଁ ନିର୍ମାଣ ପାଇଁ ବିଡିଆ କଣ୍ଟା, ପୋଟଳ ପାଇଁ ବାଗିଆ କଣ୍ଟା ନିର୍ମାଣ ସହ ୧୩ ପରସ୍ତ ପୋଟଳ ଉପରେ ନଦା କଣ୍ଟା ଓଝା ସେବକମାନେ ନିର୍ମାଣ ଜାରୀ ରଖୀଛନ୍ତି ।

hiranchal ad1
Leave A Reply

Your email address will not be published.

2 × five =