ଦୁଇମାସ ହେଲା ପାନୀୟ ଜଳରୁ ବଞ୍ଚିତ ଗ୍ରାମବାସୀ

0 132

ହରଭଙ୍ଗା : ବର୍ଷା ଦିନେ ନଦୀ, ନାଳ ପୋଖରୀ, ଗାଡ଼ିଆରେ ପାଣି ଗୋଳିଆ ସହିତ ଦୂଷିତ ରହିଥାଏ । ଏହି ସମସ୍ତ ଘଟଣାକୁ ଦେଖିଲେ ଗ୍ରାମାଞ୍ଚଳଗୁଡିକରେ ନଳକୂପ ପାଣି ହିଁ ଉପଯୁକ୍ତ ବିଶୁଦ୍ଧପାନୀୟ ଜଳ । କିନ୍ତୁ ନଳକୂପ ଗୁଡିକ ମାସ ମାସ ଧରି ଖରାପ ରହୁଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ବଳଦ ମୁଣ୍ଡା ସାହି ଲୋକମାନେ ଗୋଟିଏ ମାତ୍ର ନଳକୂଅରୁ ପାଣି ବ୍ୟବହାର କରିଆସୁଥିଲେ । କିନ୍ତୁ ଉକ୍ତ ନଳକୂପଟି ଆଜକୁ ୨ମାସ ହେବ ଖରାପ ହୋଇ ପଡିରହିଥିବା ବେଳେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନଳକୂପଟି ନ ସଜଡା ହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି । ଯନ୍ତ୍ରୀଙ୍କୁ ଅଭିଯୋଗ ପରେ ମଧ୍ୟ ଫଳ ମିଳିପାରିନି । ତେଣୁ ଗ୍ରାମବାସୀ ଜଳ ଓ ପରିମଳ ବିଭାଗର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି । ଯଦି ଯଥାଶୀଘ୍ର ଉକ୍ତ ନଳକୂପଟି ସଜଡ଼ା ନହୁଏ, ତେବେ ଗ୍ରାମବାସୀ ବାଧ୍ୟ ହୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =