ଶିଖରରେ ପହଞ୍ଚିଲା ଆକାଶ ବାଇଜୁସର ଏନ୍‌ଇଇଟି ୟୁଜି ପରୀକ୍ଷା ଫଳ

0 58

ବ୍ରହ୍ମପୁର: ନିକଟରେ ପ୍ରକାଶିତ ହୋଇଥିବା ଏନ୍‌ଇଇଟିୟୁଜିରେ ଆକାଶ ବାଇଜୁସ ର ଛାତ୍ର ଛାତ୍ରୀ ମାନେ ଭାରତୀୟ ସ୍ତରରେ ବାଜିମାତ ମାରି ଅନୁଷ୍ଠାନର ଗୌରବ ବଢାଇଛନ୍ତି । ଏଥିରେ ଭୁବନେଶ୍ୱର ଶାଖାର ସ୍ୱୟଂ ଶକ୍ତି ତ୍ରିପାଠୀ ଏ ଆଇ ଆର ରେ ଅଷ୍ଟମ ସ୍ଥାନ ଓ ଏନ୍‌ ଇ ଇ ଟି ୟୁଜି ୨୦୨୩ ରେ ଓଡ଼ିଶା ଟପ୍ପର ହୋଇଛନ୍ତି । ସେ ୭୨୦ ରୁ ୭୧୫ ସ୍କୋର ରଖି ଇତିହାସ ସୃଷ୍ଟି କରିଛନ୍ତି । ଏଥି ସହିତ ବ୍ରହ୍ମପୁର ଶାଖାର ରୋଜାଲିନ ଦାସ ୬୫୭ ସ୍କୋର , ଗୁପ୍ତେନ୍ଦୁ ମୋହନ ସାହୁ ୬୫୬ ସ୍କୋର, ଶୁଭେଚ୍ଛା ପାଇକରାୟ ଓ ରାକେଶ କୁମାର ସାହୁ ଉଭୟେ ୬୪୭ ସ୍କୋର ଏବଂ ମଧୁସୂଦନ ସ୍ୱାଇଁ ୬୪୧ ସ୍କୋର କରି ଅନୁଷ୍ଠାନର ଗୌରବ ଜାରି ରଖିଛନ୍ତି । ସ୍ୱୟଂଙ୍କ ଏହି ସଫଳତା ପଛରେ ନିଜର କଠିନ ପରଶ୍ରମ ସହିତ ଶିକ୍ଷାର ବିଶ୍ଳେଷଣ ପଦ୍ଧତି ଓ ଶିକ୍ଷାଦାନ ଦେଉଥିବା ଶିକ୍ଷକ, ତଥା ପିତା ମାତାଙ୍କ ଆଶୀର୍ବାଦ ରହିଥିବା ମତ ବ୍ୟକ୍ତ କରିଥିବା ବେଳେ ବ୍ରହ୍ମପୁର ଶାଖାର ଛାତ୍ର ଛାତ୍ରୀ ମାନେ ମଧ୍ୟ କଠିନ ପରିଶ୍ରମ ଏବଂ ଶିକ୍ଷାଦାନ ପଦ୍ଧତିକୁ ବିଶେଷ ପ୍ରଶଂସା କରିବା ସହିତ ପିତାମାତାଙ୍କ ଆଶୀର୍ବାଦ ରହିଥିବା କହିଛନ୍ତି । ଆକାଶ ବାଇକୁସର ଅଭିଷେକ ମାହେଶ୍ୱରୀ ସିଇଓ, ଅଜୟ ବାହାଦୁର ସିଂ ରେଜିଆନାଲ ଡାଇରେକ୍ଟର , ବ୍ରାଞ୍ଚ ହେଡ ରୋହିତ ସିଂ,ଏକାଡେମୀକ ହେଡ୍‌ ନିଟ ଶୈବ ନାଥ ପାଥାନିଆ, କେମେଷ୍ଟ୍ରୀ ଫେକଲ୍ଟି ସୁମିତ ଚକ୍ରପାଣି, ବଟାନି ଫେକଲ୍ଟି ବିଶ୍ୱ ରଞ୍ଜନ ସାହୁ ଓ ଅନୁଷ୍ଠାନର ସମସ୍ତ ଷ୍ଟାଫ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

twelve + 20 =