ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ରାଜ୍ୟବ୍ୟାପୀ ଧର୍ମଘଟ

0 509

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକା ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଡ୍ରାଇଭର ମହା ସଂଘ ଆଗରୁ ୧୦ ଗୋଟି ଦାବି ଦେଇଥିଲେ । ତାଙ୍କର ଦାବି ଗୁଡ଼ିକ ଓଡ଼ିଶା ସରକାର ଦୃଷ୍ଟି ନଦେବାରୁ ଆସନ୍ତା ୧୫ ତାରିଖରୁ ବେଲପଡା ଡ୍ରାଇଭର ସଂଘ ଉକ୍ତ ରାସ୍ତା ଅବରୋଧ କରିଛନ୍ତି । ଦାବିପତ୍ର ଗୁଡ଼ିକ ମଧ୍ୟରେ ରହିଛି ୧୦୦ କି.ମି ମଧ୍ୟରେ ଶୌଚାଳୟ ଓ ପାର୍କିଙ୍ଗ ବ୍ୟବସ୍ଥା ,ଡ୍ରାଇଭ ମୃତ୍ୟୁବରଣ କଲେ ୨୦ ଲକ୍ଷର ଜୀବନ ବୀମାର ବ୍ୟବସ୍ଥା ,୫୫ ବର୍ଷ ପରେ ପେନସନର ବ୍ୟବସ୍ଥା , କରୋନା ଯୋଦ୍ଧାର ମାନ୍ୟତା, ଡ୍ରାଇଭର ୨ଟି ପିଲାଙ୍କ ପାଇଁ ଉଚ୍ଚଶିକ୍ଷାର ବ୍ୟବସ୍ଥା, ପକ୍କା ଘରର ବ୍ୟବସ୍ଥା, ଡ୍ରାଇଭର ଯଦି ବିକଲାଙ୍ଗ ହେଲେ ୧୦ ଲକ୍ଷର ସହୟତା, ଡ୍ରାଇଭରମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଓ ଡ୍ରାଇଭରମାନଙ୍କୁ ସରକାରଙ୍କ ଲାଭ କାରି ଯୋଜନାରେ ସମ୍ପୃକ୍ତ କରାଯାଉ, ରାଜାରାସ୍ତ ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭର ମାନଙ୍କୁ ହଇରାଣ (କାଗଜ ପତ୍ର ଯାଞ୍ଚ ଆଲରେ ) ନକରାଯାଉ, ଲାଇସେନ୍ସ ପାଇଁ ଯେଉଁ ୧୫୦୦୦ ଟଙ୍କା ରଖିଛନ୍ତି ତାକୁ ପରିବର୍ତ୍ତନ କରି କମ ମୂଲ୍ୟାଙ୍କ ଧାର୍ଯ୍ୟ କରାଯାଉ(ଯେହେତୁ ଡ୍ରାଇଭର ଗରିବ ଶ୍ରେଣୀ ଅଟନ୍ତି) । ଉପରୋକ୍ତ ଦାବିଗୁଡି ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର ସଂଘ । ଏଥିରେ ସଭାପତି ଦିଲୀପ କୁମାର ନାଏକ , ଉପ-ସଭାପତି ରାଜିପ ମାଝୀ , ସଂପାଦକ ସୀମାଞ୍ଚଳ ସାହୁ , ଖପ୍ରାଖୋଲ ବ୍ଲକ ଏଡ଼ମିନ ଧନୁର୍ଦ୍ଧର ବାରିକ ଓ ଦେବାନନ୍ଦ ପଟ୍ଟନାୟକ, ମିଥୁନ ବରିହା, ଫକୀର ପଧାନ, ଟିକେନ୍ଦ୍ର ଭୋଇ, ମଧୁ ମେହେର, ଦେବଧି ମାଝୀ, ଜାତ ପୁଟେଲ, ସୁବର୍ଦ୍ଧନ ପୁଞ୍ଜି, ଅକ୍ଷୟ ନିଆଲ, ପାଣ୍ଡବ କଟା, ବିନାୟକ ବନଛୋର, ପୂର୍ଣ୍ଣ ପୁଞ୍ଜି, ଅର୍ଜୁନ ସାହୁ, ପିଣ୍ଟୁ ଦାସ, ସନ୍ତୋଷ ସାହୁ, ପବିତ୍ର କଟା, ନିରଞ୍ଜନ ବାଗ, ସାନ୍ତୁ ହରପାଳ, ଯାଦବ ମାଝୀ, ପବିତ୍ର ବରିହା, ଶିଶୁ ମାଝୀ, ପିଣ୍ଟୁ ଦାସ, ଗୋପବନ୍ଧୁ ନିଆଲ, ଚୂଡ଼ାମଣୀ ଦଣ୍ଡସେନା ସୁଶୀଲ ଦଣ୍ଡସେନା, ସୁଶୀଲ ବରିହା, ତରଙ୍ଗ ସାହାଣୀ, ସାମନ୍ତ ସାହୁ ଓ ଡ୍ରାଇଭର ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

8 − 6 =