ପୁରୀ : କଟକ ଜିଲ୍ଲା ଟାଙ୍ଗୀ ନିବାସୀ ଲକ୍ଷ୍ମୀଧର ସାହୁ ଓ ତାଙ୍କ ଧର୍ମ ପତ୍ନୀ ନିରୁପମା ସାହୁ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ସାଢେ ତିନି କିଗ୍ରା ଓଜନର ଚନ୍ଦନ କାଠ ଅର୍ପଣ କରିଛନ୍ତି । ଏହି ଚନ୍ଦନ ଗଛଟି ଶ୍ରୀ ସାହୁଙ୍କ ବାଡ଼ିରେ ହୋଇଥିଲା ଓ ସେ ତାକୁ ଯତ୍ନ ଓ ସୁରକ୍ଷାର ସହ ରଖିଥିଲେ । ଗତ ବାତ୍ୟାରେ ଏହା ଉପୁଡି ପଡିବା ପରେ ଶ୍ରୀ ସାହୁ ଏହି ଚନ୍ଦନ କାଠକୁ ବିଭିନ୍ନ ମନ୍ଦିର ଓ ଧର୍ମ ସ୍ଥାନକୁ ଦାନ କରିଥିଲେ । ଆଜି ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଏହାକୁ ମୁଖ୍ୟ ପ୍ରଶାସକଙ୍କ ମାଧ୍ୟମରେ ପ୍ରଦାନ କରି ସେ ଖୁବ ଖୁସି ହୋଇଛନ୍ତି ବୋଲି କହିଥିଲେ । ଏହି ପ୍ରଦାନ ସମୟରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।