୫୯ ନଂ ଜାତୀୟ ରାଜପଥ ଗଦ୍ରଙ୍ଗିଆ ଘାଟିରେ ଡକାୟତି

0 226

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ଘାଟି ୫୯ ନଂ ଜାତୀୟ ରାଜପଥରେ ଡକାୟତି । ବନ୍ଧୁକ ମୁନରେ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘାଟି ଉପରେ ଚଳନ୍ତା ଟ୍ରକକୁ ଅଟକାଇ ମାରଣାସ୍ତ୍ର ଦେଖାଇ ମାଡ଼ ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଥାନାରେ ଏତଲା,ପୋଲିସ୍‌ ପକ୍ଷରୁ ଛାନଭିନ୍‌ ଆରମ୍ଭ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ମୁନିଗୁଡ଼ାରୁ ଫ୍ଲାଏ ଆସ୍‌ ବୋଝେଇ କରି ଏକ ଟ୍ରକ୍‌ (ଓଆର୍‌ ୦୭ପି-୩୦୦୪)ଭଞ୍ଚନଗର ଅଭିମୁଖେ ଆସୁଥିବା ବେଳେ ପରମପାଙ୍ଗା ସ୍କୁଲର ପ୍ରଧାନ ଶିକ୍ଷକ ବିଧାନ ଚନ୍ଦ୍ର ଜେନା ଟ୍ରକକୁ ଲିଫ୍ଟ ମାଗି ବାଲିଗୁଡ଼ା ଆସୁଥିଲେ । କିଛି ବାଟ ଆସିବା ପରେ ଗଦ୍ରଙ୍ଗିଆ ଘାଟିରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଗାଡ଼ି ଅଟକାଇବା ପରେ ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ଉଭୟଙ୍କୁ ମାଡ଼ ମାରି ଗାଡ଼ି ଭଙ୍ଗାରୁଜା କରିବା ସହ ଡ଼୍ରାଇଭର ଓ ଶିକ୍ଷକଙ୍କ ନିକଟରୁ ୨୬ ହଜାର ୭୮୦ ଟଙ୍କା ଲୁଟି ନେଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

eleven − eleven =