ହୋଲିର ସପ୍ତରଙ୍ଗରେ ରଙ୍ଗୀନ ନବରଙ୍ଗପୁର,ଜିଲ୍ଲାପାଳ ଓ ବିଧାୟକ ଦୀନ ଦୟାଲ ଆଶ୍ରମରେ ରଙ୍ଗ ଖେଳିଲେ

0 185

ନବରଙ୍ଗପୁର: ଆଜି ପବିତ୍ର ହୋଲି ଖେଳର ସପ୍ତରଙ୍ଗରେ ନବରଙ୍ଗପୁର ଜିଲ୍ଲାର ସବୁ ଅଞ୍ଚଳ ରଙ୍ଗାୟିତ ହୋଇଯାଇଛି । ଭକ୍ତି ପ୍ରେମ ଖୁସି ଓ ଶ୍ରଦ୍ଧାରେ ସମସ୍ତେ ଝୁମି ଉଠିଥିଲେ । ସହର ମଧ୍ୟଭାଗରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଶ୍ରୀରାଧା ମାଧବଙ୍କ ଦୋଳ ବିମାନ ନଗର ପରିକ୍ରମା କରିଥିବା ବେଳେ ଶ୍ରୀକୁଞ୍ଜବିହାରୀ ମାତା ମଠ, ସତ୍ୟନାରାୟଣ ମନ୍ଦିର, ଗାଦବାଗୁଡ଼ାଠାରେ ଥିବା ରାଧାକୃଷ୍ଣ ମନ୍ଦିର, ଚାଉଁରିଆଗୁଡ଼ା ଠାରେ ଥିବା ଶ୍ରୀଶ୍ୟମାଶ୍ୟାମ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳ ମାନଙ୍କରୁ ଶ୍ରୀରାଧା ମାଧବଙ୍କ ବିମାନ ସହର ପରିକ୍ରମା କରି ଶହ ଶହ ମହିଳା ଓ ପୁରୁଷ ଭକ୍ତମାନେ ରଙ୍ଗ ଅବିର ଖେଳି ଥିଲେ । ବିଭିନ୍ନ ପାରମ୍ପାରିକ ବାଜା ବଜାଇ ବିଭିନ୍ନ ସାହିବାସିନ୍ଦା ଆବାଳବୃଦ୍ଧ ବନିତା ରଙ୍ଗ ଖେଳରେ ଝୁମିଥିଲେ ।
ମାନ୍ୟବର ନବରଙ୍ଗପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି ଓ ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ର ସ୍ଥାନୀୟ ଦୀନଦୟାଲ କନ୍ୟା ଅନାଥ ଆଶ୍ରମ ଓ ଆଶାକିରଣରେ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ସହ ହୋଲି ଖେଳି, ନାଚି ଅନ୍ତେବାସୀଙ୍କୁ ମିଠା ଖୁଆଇଥିଲେ । ତାଙ୍କ ସାଙ୍ଗେ ଥିବା ଅତିରିକ୍ତ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅନାଥ ଶିଶୁ କନ୍ୟାଙ୍କ ସହ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ରାଜନେତାମାନେ ସମୟ କଟେଇଥିବାରୁ ଅନ୍ତେବାସୀ ଯେଉଁ ଅପୂର୍ବ ଆନନ୍ଦ ଲାଭ କରିଛନ୍ତି ତାହା ସେମାନଙ୍କୁ ମାନସିକ ସ୍ତରରେ ସଶକ୍ତି କରଣ କରିବ ବୋଲି କହିଥିଲେ । ଆଶାକିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଦୁଇଜଣ ବିଧାୟକ ଓ ଜିଲ୍ଲାପାଳଙ୍କ ଏହି ମାନସିକ ଅନଗ୍ରସର ଶିଶୁ ମାନଙ୍କ ସହ ହୋଲି ଖେଳିବା, ନାଚିବା ଓ ମିଠା ବାଣ୍ଟିବା ଦ୍ୱାରା ଖୁସି ପ୍ରକଟ କରିଥଲେ ଓ ଶିଶୁମାନେ ଏକ ପାରିବାରିକ ପରିବେଶ ଭିତରେ ରହିଥିବା ଭଳି ଅନୁଭବ କରୁଥିବା କହିଥିଲେ ।
ସମାଜସେବୀ ଜଗନ୍ନାଥ ମହାପାତ୍ର ବରିଷ୍ଠ ନାଗରିକମାନଙ୍କ ସହ ହୋଲି ଖେଳି ନାଚ ଗୀତରେ ଝୁମିଥିଲେ । ହୋଲି ଖେଳ ଭକ୍ତି ଓ ଭାଇଚାରାର ଏକ ନିଦର୍ଶନ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

10 + 11 =