ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଗଡିଆଠାରେ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଏହି ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନେଲୀ ନରୱାଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସରପଂଚ ଜ୍ୟୋସ୍ନାମୟୀ ମେହେର, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି କରମଚାନ୍ଦ ମହାନ୍ତି, ସୋନପୁର ରେଆର ଉପଦେଷ୍ଟା ଗୌରିଶ୍ୟାମ ପଣ୍ଡା, ସମାଜସେବୀ ଘାସିରାମ ପଣ୍ଡା, ଜୟ ଜଗନ୍ନାଥ ଛତୁ ଉତ୍ପାଦନ କେନ୍ଦ୍ରର ସଭାପତି ସରୋଜିନୀ ଭୋଇ, ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଏହି ଛତୁ କେନ୍ଦ୍ରଟି ଏକ୍ସନ୍ ଏଡ୍ ଏସୋସିଏସନ ଭୁବନେଶ୍ୱର ସହାୟତାରେ ଏବଂ ଗ୍ରାମୀଣ ସମୃଦ୍ଧି ଗବେଷଣା ପ୍ରତିଷ୍ଠାନ (ରେଆର) ସୋନପୁର ସହଯୋଗିତାରେ ପ୍ରତିଷ୍ଠା ହୋଇପାରିଛି । ଏହି ଛତୁ କେନ୍ଦ୍ର ହେବାଦ୍ୱାରା ସ୍ଥାନୀୟ ଚାଷୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ବିଶେଷ ଲାଭ ହେବେ ବୋଲି ଉପସ୍ଥିତ ଅତିଥିଗଣ କହିଛନ୍ତି ।