ବ୍ରାଉନ ସୁଗର ଓ ଦେଶୀମଦ ଜବତ, ୨ ଗିରଫ

0 90

ଆଠଗଡ: ଅବକାରୀ ବିଭାଗ କର୍ମଚାରୀ ନିଜକୁ ଗ୍ରାହକ ସଜାଇ ଜଣେ ବ୍ରାଉନ୍‌ ସୁଗାର ବେପାରୀକୁ କାବୁ କରିବା ସହିତ ତା’ଠାରୁ ୪୬ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିବା ସହିତ ତାକୁ ବାଙ୍କୀ ଥାନା ଅନ୍ତର୍ଗତ ଡମପଡାରୁ ଗିରଫ କରିଛନ୍ତି । ସେହି ପରି ଅନ୍ୟ ଏକ ଘଟଣାରେ ଏହି କର୍ମଚାରୀ ମାନେ ଆଠଗଡ ଘଣ୍ଟି ଖାଲ ନିକଟରୁ ଦେଶୀମଦ ସହ ମଦ ଚାଲାଣ ହେଉଥିବା ଏକ ସ୍କୁଟି ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାଯାଇଛି । କଟକ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ଉପ-ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ଚଢାଉ ହୋଇଥିଲା ।

hiring

ବିଭାଗୀୟ ଅଧିକାରୀ ମାନେ ନିଜକୁ ଗ୍ରାହକ ପରିଚୟ ଦେଇ ଡମପଡା ଜଗନ୍ନାଥ ମନ୍ଦିର ନିକଟରୁ ବ୍ରାଉନ୍‌ ସୁଗାର କାରବାର କରୁଥିବା ୨୯ ବର୍ଷ ବୟସ୍କ ଯୁବକ ସୁଧିର ରଂଜନ ମହାନ୍ତିକୁ ଗିରଫ କରିବା ସହ ତା’ ନିକଟରୁ ୪୬ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଥିଲେ । ଡମପଡାର ସୁରେଶ ମହାନ୍ତିଙ୍କ ପୁଅ ବୋଲି ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି । ସେହିପରି ଅନ୍ୟ ଏକ ଘଟଣାରେ ଏହି ଅଧିକାରୀ ମାନେ ଚୋରାରେ ଚାଲାଣ ହେଉଥିବା ଦେଶୀ ମଦ ସହ ଏକ ସ୍କୁଟିକୁ ଆଠଗଡ଼ ଘଣ୍ଟି ଖାଲ ନିକଟରୁ ଜବତ କରିବା ସହିତ ପଲାସ କୁମାର ସିହ୍ନା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ହେମନ୍ତ ମହାନନ୍ଦିଆ, ଅରୁଣ ଭୋଇ, ସୌମ୍ୟରଂଜନ ମାଝୀ, ସନାତନ ବେହୋ, ନିର୍ମଳ ବେହେରା, ସନ୍ତୋଷ ମହାରଣାଙ୍କ ସମେତ ଆଠଗଡ଼ ଏବଂ ବାଙ୍କୀର ବିଭାଗୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × three =