ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବିଦାୟକାଳୀନ ଉତ୍ସବ ପାଳିତ

0 151

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଇତିହାସ ବିଭାଗର ଶେଷ ବର୍ଷ ଛାତ୍ର ଛାତ୍ରୀମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ସଭାରେ ଇତିହାସ ବିଭାଗର ଅଧ୍ୟାପକ ଲଳିତ କୁମାର ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ.ରମେଶ ଚନ୍ଦ୍ର ତାରିଣୀଆ, ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଡ଼ଃ. ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପକ ପୀତବାସ ମେହେର, ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ ଯୋଗ ଦେଇଥିଲେ । ସମସ୍ତ ଅତିଥି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସମାଜରେ ସୁନାଗରିକ ହୋଇ ନିଜର ଖ୍ୟାତି ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଇତିହାସ ବିଭାଗର ଅଧ୍ୟାପକ ସୁରେଶ୍ୱର ଯୋଶୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

12 − eight =