୧୫ରୁ ବଢ଼ିବ ବର୍ଷା

0 47

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିମ୍ନଚାପ ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତର ଭାଗରେ ରହୁଛି। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହୁନାହିଁ। ପଶ୍ଚିମ ଭାଗ ହିମାଳୟ ପାଦଦେଶରେ ରହୁଥିବାବେଳେ ପୂର୍ବ ଭାଗ ଉତ୍ତର ପ୍ରଦେଶ ଦେଇ ବ୍ୟାପିଛି। ଏପଟେ ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୩.୧ କିମି ଉପରେ ସକ୍ରିୟ ରହିଥିବାରୁ ରାଜ୍ୟରେ ଘଡଘଡ଼ି ସହ ବର୍ଷା ଜାରି ରହିଛି। ତେବେ ଧୀରେ ଧୀରେ ମୌସୁମୀ ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ୧୫ ତାରିଖରୁ ବର୍ଷା ପରିମାଣ ବଢ଼ିବ ଓ ଚାଷ କାର୍ଯ୍ୟ ଆଗେଇବ ବୋଲି ଆଶା କରାଯାଉଛି।

hiranchal ad1
Leave A Reply

Your email address will not be published.

20 + 6 =