ଜିଲ୍ଳାସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

0 117

ସୁବର୍ଣ୍ଣପୁର: ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଦ୍ୟୁତ ଉତ୍ସବ ନୂତନ ଟାଉନ ହଲ ସୋନପୁର ଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ସଂସ୍ଥା ସମୂହ ଏନଟିପିସି, ଓପିଟିସିଏଲ, ଟିପିଓଡବ୍ଲୁଡିଏଲଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା,ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ପ୍ରମୁଖ ଯୋଗଦାନ କରିଥିଲେ । ଏହି ମହୋତ୍ସବ ଦେଶର ଜନସାଧାରଣଙ୍କ ନିମନ୍ତେ ସମର୍ପିତ, ଯେଉଁମାନଙ୍କ ପ୍ରଚେଷ୍ଟାରେ ଭାରତ ଏହି ବିକାଶମୂଳକ ଯାତ୍ରାରେ ସଫଳତାର ଶୀର୍ଷରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି । ନୂତନ ଜ୍ଞାନ କୌଶଳର ବିନିଯୋଗ ସହ ଦକ୍ଷ ଭାବେ ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପୂର୍ବକ ଶକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ କରାଯାଇପାରିଛି । ଭବିଷ୍ୟତ ଶକ୍ତି ସଂରକ୍ଷଣ ପାଇଁ ଆମ ସମସ୍ତଙ୍କୁ ପ୍ରକୃତିର ସୁରକ୍ଷା ସହିତ ସଂରକ୍ଷଣର ଆବଶ୍ୟକତା ରହିଥିବା ମତବ୍ୟକ୍ତ କରିବା ସହ ଶକ୍ତିର ବିନିଯୋଗ ଉପଭୋଗ ପାଇଁ ନ ହୋଇ ଉପଯୋଗ ଓ ଉପଲବ୍ଧି ନିମନ୍ତେ କରିବା ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି ଅତିଥି ବୃନ୍ଦ । ଉତ୍ସବର ଏକ ଅଂଶ ଭାବରେ ଶକ୍ତି ମନ୍ତ୍ରଣାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ଏହି ଉତ୍ସବ ଉଜ୍ଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ଅନ୍ତର୍ଗତ ବିଦ୍ୟୁତ୍‌ କ୍ଷେତ୍ରର ପ୍ରମୁଖ ସଫଳତାକୁ ଆଲୋକିତ କରିପାରିଛି । ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଦେଶରେ ୧୬୯ ଗିଗାୱାଟ୍‌ ବିଜୁଳି ଉତ୍ପାଦନ କ୍ଷମତା ଯୋଡି ହୋଇଛି, ଯାହାକି ଦେଶର ଶକ୍ତି ଅଭାବକୁ ଦୂର କରିବା ସହିତ ଦେଶକୁ ବଳକା ଶକ୍ତିରେ ପରିଣତ କରିପାରିଛି । ଦେଶରେ ୧. ୬ ଲକ୍ଷ କିଲୋମିଟର ଟ୍ରାନ୍ସମିଶନ ଲାଇନ ସଂଯୋଗ କରାଯାଇ ସମଗ୍ର ଦେଶକୁ ଏକ ଗ୍ରୀଡ ଏକ ଫ୍ରୀକ୍ୟୁନସି ସହିତ ସଂଯୋଗ କରି ଦୁନିଆଁର ସବୁଠାରୁ ବଡ ଏକିକୃତ ଗ୍ରୀଡ ଭାବରେ ସ୍ଥାପିତ ହୋଇପାରିଛି । ପୁନଶ୍ଚ ଶତପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣ ଓ ଘରୋଇ ବିଦ୍ୟୁତିକରଣ କରାଯିବାର ଲକ୍ଷ୍ୟକୁ ହାସଲ କରାଯାଇଛି । ଦେଶ ତଥା ରାଜ୍ୟ ର ଶକ୍ତି ଭିତ୍ତିଭୂମି ସହ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ – ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ୨୦୧୫ରେ ଥିବା ୧୨ ଘଣ୍ଟା ବିଦ୍ୟୁତ ଯୋଗାଣକୁ ବର୍ତ୍ତମାନ ହାରାହାରି ୨୨.୫ ଘଣ୍ଟାକୁ ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି । ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଅକ୍ଷୟଶକ୍ତି କ୍ଷମତା ୨୦୧୪ ରେ ଥିବା ୭.୬ ଗିଗାୱାଟକୁ ଦ୍ୱିଗୁଣିତ ହୋଇଛି । । ୨୦୨୧ରେ ୪୦% ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ମିଶ୍ରଣ ହାସଲ କରି ଭାରତ ବିଶ୍ୱସ୍ତରରେ ୪ର୍ଥ ସ୍ଥାନ ପାଇବା ସହ ବିଦ୍ୟୁତ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟୁତ ସୁରକ୍ଷା, ସଂରକ୍ଷଣ, ଜଳ ବିଦ୍ୟୁତ ସୁରକ୍ଷା ତଥା ବିଦ୍ୟୁତର ଭବିଷ୍ୟତ ସୁରକ୍ଷା ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିବା ବେଳେ ସୋନପୁର ନାଟ୍ୟ ଚକ୍ର ଦ୍ୱାରା ବିଦ୍ୟୁତ ସଂରକ୍ଷଣ ଓ ସୁରକ୍ଷା ଉପରେ ନୁକଡ଼ ନାଟକ ଓ ନିରାକାର ଦେହୁରୀ ଓ ସାଥୀଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଉତ୍ସବରେ ଜିଲ୍ଲା ପାଇଁ ନିୟୋଜିତ ନୋଡାଲ ଅଧିକାରୀ ଏନଟିପିସିର ସୁଧାଂଶୁ ଶେଖର ପ୍ରଧାନ, ଟିପିଓଡବ୍ଲୁଡିଏଲର ସତ୍ୟ ରଞ୍ଜନ ସାହୁ, ଓପିଟିସିଏଲର ନିରଞ୍ଜନ ପଣ୍ଡା ତଥା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରର ଡେପୁଟି କଲେକ୍ଟର ପ୍ରୟାଶୀ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ବନମାଳି ପଣ୍ଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟୁତ ବିଭାଗର ବିଭିନ୍ନ ଅଧିକାରୀ,ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା,ସ୍ଥାନୀୟ ଜନ ପ୍ରତିନିଧି,ଏସ ଏଚ ଜି ସଦସ୍ୟା, ବିଦ୍ୟୁତ ହିତାଧିକାରୀ,ଉପଭୋକ୍ତା,
ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଦ୍ୟୁମ୍ନ କୁମାର ସାହୁ ଅତିଥି ସ୍ୱାଗତ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲପାଳ ସୁବର୍ଣ୍ଣପୁରଙ୍କ ନିର୍ଦ୍ଦେଶରେ ଜିଲ୍ଳାପ୍ରଶାସନର ସମସ୍ତ ପ୍ରକାର ସହଯୋଗରେ ଉତ୍ସବର ସଫଳତା ପାଇଁ ସତ୍ୟ ରଞ୍ଜନ ସାହୁ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଟିପିଓଡବ୍ଲୁଡିଏଲ, ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 16 =