ବୌଦ୍ଧ : ବୌଦ୍ଧ-କିଆକଟା ବ୍ରିଜରେ ଆଜି ସକାଳେ ଏକ ବୋଲରୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କୁମ୍ଭିଆ ନିକଟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରୋଜେକ୍ଟ କାର୍ଯ୍ୟରେ ନିୟୋଜିତ ହୋଇଥିବା ଏକ ବୋଲେରୋ ବୌଦ୍ଧରୁ କିଆକଟା ଆଡକୁ ଯାଉଥିବା ବେଳେ ଏକ ମାଲବୋଝେଇ ଟ୍ରକ୍ ତାକୁ ଧକ୍କା ଦେଇଥିଲେ । ଏଥିରେ ବୋଲେରୋର ସାମ୍ନା ପାଖ ଚୁରମାର ହୋଇଯାଇଥିବା ବେଳେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ । ଡ୍ରାଇଭର ଜଣକ ଆଠମଲ୍ଲିକ ଥାନା ଅନ୍ତର୍ଗତ ମହେନ୍ଦ୍ରପୁରୁ ଗ୍ରାମର ଚନ୍ଦନ ବାରିକ ବୋଲି ଜଣାପଡିଛି । ବ୍ରିଜ୍ ଉପର ଦେଇ ଯାଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଯଥାଶୀଘ୍ର ଆମ୍ବୁଲାନ୍ସ ଆସି ତାଙ୍କୁ ଗୁରୁତର ଭାବେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତାଙ୍କର ଡାହାଣ ଗୋଡ ଭାଙ୍ଗି ଯାଇଥିବାରୁ ଡାକ୍ତରମାନେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।