ପୁରୀ: ସମୁଦ୍ରକୂଳ ଥାନା ଅଞ୍ଚଳରୁ ଏକ ବାଇକ୍ ଚୋରି କରିନେଟ ଅଭିଯୋଗରେ ପୁଲିସ ସଦର ଥାନା ଅନ୍ତର୍ଗତ ତଳକଣ୍ଡୁରୀପଡ଼ା ଗାଁର ମାଧବ ଭୋଇ(୨୧)ଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି | ଏ ସଂକ୍ରାନ୍ତରେ ସମୁଦ୍ରକୂଳ ଥାନାରେ ସଦର ଥାନା ଅନ୍ତର୍ଗପ ଗୋପୀନାଥପୁର ତଳନୂଆ ସାହିର ରାକେଶ ବିଶ୍ବାଳଙ୍କ ଅଭିଯୋଗ କ୍ରମେ ପୁଲିସ ୧୨୪/୨୧ ନମ୍ବରରେ ଏକ ମାମଲା ରୁଜୁ କରିଥିଲା | ପୁଲିସ ସୂତ୍ରରୁ ପ୍ରକାଶ ଯେ ରାକେଶ ତାଙ୍କ ଓଆର୍ ୧୩ଏଚ୍-୪୦୪୬ ନମ୍ବର ବିଶିଷ୍ଟ ବାଇକ୍ରେ ବନ୍ଧୁଙ୍କ ସହିତ ସମୁଦ୍ରକୂଳକୁ ବୁଲିବାକୁ ଆସିଥିଲେ ସେ ତାଙ୍କ ବାଇକଟିକୁ ସ୍ବର୍ଗଦ୍ବାର ପଛପଟେ ପାକିଂ କରି ବେଳାଭୂମିକୁ ଯାଇଥିଲେ । ତେବେ ସେ ସମୁଦ୍ରକୂଳରୁ ଫେରିବା ବେଳକୁ ତାଙ୍କ ବାଇକ୍ଟି ସେଠାରୁ ଗାଏବ ହୋଇଯାଇଥିଲା |
