ସୁବର୍ଣ୍ଣପୁର: ଚତୁଃପାର୍ଶ୍ୱ ନଦୀ ପରିବେଷ୍ଠିତ ସୁବର୍ଣ୍ଣପୁର ରେ ଆଜି କୁତ୍ରିମ ବନ୍ୟାରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି । ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ତେଲନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସହରରେ ପୌର ପ୍ରଶାସନର ଡ୍ରେନ୍ଜେ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ସହରର ଆମ୍ବେଦକର ଛକରୁ ବ୍ଲକ୍ ଛକ ଯିବା ମୁଖ୍ୟ ରାସ୍ତାଉପରେ ପାଣି ଲହଡ଼ି ମାରୁଛ । ୱାଡର଼୍ ନମ୍ବର ୧ସ୍ଥିତ ପ୍ରେସ କଲୋନୀ,୨ନଂ ୱାର୍ଡର ଗୋକର୍ଣଶ୍ୱର୍ ପଡା, ମହାବୀର କଲୋନି ଯିବା ରାସ୍ତାରେ ପାଣି । ସହରର ତଳି ଅଞ୍ଚଳ କୁହା ଯାଉଥିବା କୁମ୍ଭାର ପଡା ରେ କେତେକ ମାଟି ଘର ଭାଙ୍ଗି ଗଲାଣି । ଗୋଟିଏ ପଟରେ ବଢୁଥିବା ମହାନଦୀ ର ବିକଟାଳରୁପ ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସହର ତଳି ଅଞ୍ଚଳରେ ବର୍ଷା ପାଣି ଅନେକ ଘରଭିତରକୁ ପଶିଆସିଛି । ସହରର ଡ୍ରେନେଜ ବ୍ୟବସ୍ଥାକୁ ସୁଧାରିବା ନିମନ୍ତେ ଯଥେଷ୍ଟ ପୂର୍ବରୁ ସ୍ଥାନୀୟ ପୌରପ୍ରଶାସନକୁ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସୂଚନା ଦେଇଥିଲେ ହେଁ ପୌର କର୍ତ୍ତୃପକ୍ଷଙ୍କ ଖାମଖିଆଲି ଆଚରଣ ଯୋଗୁଁ ଆଜିର ଏହି ପରିସ୍ଥିତି ପାଇଁ ମୁଖ୍ୟତ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।