ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ମାର୍ଚ୍ଚ ୫ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି । ଓଡ଼ିଶା ସମେତ ୧୦ ରାଜ୍ୟର ୩୭ ଆସନ ପାଇଁ ହେବ ଏହି ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ଏହି ସାଂସଦମାନେ ହେଉଛନ୍ତି- ମମତା ମହାନ୍ତ, ମୁନା ଖାନ୍, ସୁଜିତ୍ କୁମାର ଓ ନିରଞ୍ଜନ ବିଶି। ତେବେ ବିଜେଡି ଓ ବିଜେପି ଏହି ୪ଟି ଆସନରେ କାହାକୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି, ତାହା ଏଯାବତ ଜଣାପଡ଼ିନି। ପ୍ରାର୍ଥୀଙ୍କୁ ନେଇ ସ୍ପଷ୍ଟ କରୁନାହାନ୍ତି କୌଣସି ଦଳ। ରାଜ୍ୟସଭା ରେସ୍ରେ ଥିବା ଚେହେରାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ଜଣାପଡିଛି ।
