୧୬ ପ୍ରହର ପଞ୍ଚ ମହାଯଜ୍ଞ ପାଇଁ କଳସ ଯାତ୍ରା

0 73

ଘୁ.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ନମ୍ୱର ୱାର୍ଡ଼ କନବାଗିରି ଗ୍ରାମ ରାବାନାଜୁଠାରେ ୧୬ ପ୍ରହର ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ନିମନ୍ତେ ନିକଟସ୍ଥ ନଦୀ ପୀଠରେ ପୂଜାର୍ଚ୍ଚନା ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ସ୍ଥାନୀୟ ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ୨୪ ତାରିଖଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୧୬ ପ୍ରହର ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ଗଙ୍ଗା ନିମନ୍ତ୍ରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଯଜ୍ଞ କମିଟି ସଭାପତି ସୁଭଜ୍ଞାନ ପ୍ରଧାନଙ୍କ ନେତୃତ୍ୱ ତଥା ଉପସଭାପତି ଗୋପାଳକୃଷ୍ଣ ପ୍ରଧାନ, ସମ୍ପାଦକ ଅନ୍ତର୍ଯ୍ୟାମୀ ପ୍ରଧାନ, କୋଷାଧ୍ୟକ୍ଷ କୈଳାଶ ନାୟକ, ପୂର୍ବତନ କାଉନସିଲର ଜିତେନ୍ଦ୍ର ପ୍ରଧାନ, ବକିଲା ପ୍ରଧାନ, ଗୌର ଚନ୍ଦ୍ର ପ୍ରଧାନ ଓ ରାବା ନାଜୁ ସାହି ବାସିନ୍ଦାଙ୍କ ସହଯୋଗରେ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରାରେ ବହୁ ସଂଖ୍ୟାରେ ମହିଳା ପୁରୁଷ ଯୋଗ ଦେଇଥିଲେ । ସୂଚନା ଅନୁସାରେ ବୁଧବାର ଠାରୁ ଏହି ୧୬ ପ୍ରହର ପଞ୍ଚ ମହାଯଜ୍ଞରେ ବିଭିନ୍ନ ଗ୍ରାମରୁ ପ୍ରାୟ ୨୦ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିବା ବେଳେ ଏହି ୧୬ ପ୍ରହର ପଞ୍ଚ ମହାଯଜ୍ଞରେ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଜପ ଯଜ୍ଞ ଅନୁଷ୍ଠିତ ହୋଇ ୨୬ ତାରିଖ ଦିନ ପୂର୍ଣ୍ଣାହୂତି ସହ ଶେଷ ହେବ ।

hiranchal ad1
Leave A Reply

Your email address will not be published.

4 − 2 =