୪୪ତମ ହେରାପଞ୍ଚମୀ ଭଜନ ସମାରୋହ; କଣ୍ଠଶିଳ୍ପୀ ଇରା ମହାନ୍ତି ପାଇଲେ ମାଖନଲାଲ ହାଲଦାର ସ୍ମୃତି ସମ୍ମାନ

0 73

ପୁରୀ : ଶରଧାବାଲି ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୪୪ତମ ହେରାପଞ୍ଚମୀ ଭଜନ ସମାରୋହ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କୁ ମର୍ଯ୍ୟାଦାଜନକ ମାଖନଲାଲ ହାଲଦାର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ସମରୋହକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ସାଂସଦ ସମ୍ବିତ ପାତ୍ର,ବିଧାୟକ ସୁନିଲ ମହାନ୍ତି, ଦୁଷ୍ମନ୍ତ କୁମାର ସ୍ୱାଇଁ, ରୁପେଶ ପାଣିଗ୍ରାହୀ, ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସମାରୋହରେ ଇରା ମହାନ୍ତିଙ୍କ ସମେତ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, ସୌରଭ ନାୟକ,ରବୀନ୍ଦ୍ର ମହାପାତ୍ର,ଶରତ ନାୟକ,ମଞ୍ଜୁଶ୍ରୀ ତ୍ରିପାଠୀ,ଦିପ୍ତିରେଖ ପାଢ଼ୀ, ଅଞ୍ଜଳି ମିଶ୍ର, ଗଗନ ବିହାରୀ ଜେନା, ସୁଧାକର ମିଶ୍ର, ଶୈଳଭାମା ମହାପାତ୍ର,ଅନ୍ତରା ଚକ୍ରବର୍ତ୍ତୀ,ମାନସୀ ପାତ୍ର, ପ୍ରଫୁଲ୍ଲ ବେହେରା, ପ୍ରଭୁପ୍ରସାଦ ନନ୍ଦ, ପ୍ରଶାନ୍ତ ପାଢ଼ୀ ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ସମାରୋହରେ ଦୁଃଖିଶ୍ୟମ ମର୍ଦ୍ଦରାଜଙ୍କ ସ୍ମୃତିରେ ଅଞ୍ଜଳି ମିଶ୍ର, ନିକୁଞ୍ଜ କିଶୋର ଜେନାଙ୍କ ସ୍ମୃତିରେ ଦିପ୍ତିରେଖା ପାଢୀଙ୍କ ସମେତ ରବୀନ୍ଦ୍ର ମହାପାତ୍ର, ଅନ୍ତରା ଚକ୍ରବର୍ତ୍ତୀ, ସୁଧାକର ମିଶ୍ର, ଶୈଳଭାମା ମହାପାତ୍ର, ପରମାନନ୍ଦ ସାହୁ, ଶ୍ରୀଚରଣ ମହାନ୍ତି, ପ୍ରଶାନ୍ତ ପାଢ଼ୀ,ସୌମ୍ୟଜିତ୍‌ ପରିଡା, ମାନସୀ ପାତ୍ର, ପ୍ରଦୀପ କୁମାର ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କୁମାର ହାଲଦାର, ଉପସଭାପତି ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ସଂଗଠନ ସମ୍ପାଦକ ବିଜୟ ମୋହନ ଦାଶ ଉପସ୍ଥିତ ଥିଲେ । ଉଦଘୋଷକ ବିଚିତ୍ରାନନ୍ଦ ପଣ୍ଡା ଓ ଶ୍ୟାମ ପ୍ରକାଶ ସେନାପତି ସମାରୋହର ସଂଯୋଜନା କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବାଦଶାହ ମ୍ୟୁଜିକ ପ୍ରା ଲିର ପରିଚାଳନା ନିର୍ଦ୍ଦେଶକ ମନୋରଞ୍ଜନ ନାୟକ ଏବଂ ସାଧାରଣ ସମ୍ପାଦକ ଘନଶ୍ୟାମ ବୁ ମର୍ଦ୍ଦରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଦସ୍ୟଗଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 15 =