ମହାପ୍ରଭୁଙ୍କ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ

0 131

ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଚେୟାରମ୍ୟାନ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ୍‌. ଖାନଉଇଲକର । ଗତକାଲି ପୁରୀରେ ପହଞ୍ଚିବା ପରେ ମେଫେୟାର ହୋଟେଲରେ ଅବସ୍ଥାନ କରିଥିଲେ ମହାନଦୀ ଟ୍ରିବ୍ୟୁନାଲ ଚେୟାରମ୍ୟାନ । ଆଜି ସକାଳେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସପତ୍ନିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରଥମେ ରତ୍ନବେଦୀରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ତାପରେ ଶ୍ରୀମନ୍ଦିରରେ ବାନାବାନ୍ଧିବା ଲାଗି କାର୍ଯ୍ୟାଳୟରେ ରସିଦ କାଟିଥିଲେ । ତାପରେ ମାଆ ବିମଳା ଓ ଲକ୍ଷ୍ମୀଙ୍କ ସହିତ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ଶେଷରେ ମୁକ୍ତିମଣ୍ଡପ ଓ କୋଇଲିବୈକୁଣ୍ଠ ପରିଦର୍ଶନ କରିବା ପରେ ହୋଟେଲକୁ ଫେରିଥିଲେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ । ତେବେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଜଷ୍ଟିସ ଏ.ଏମ୍‌.ଖାନଉଇଲକର ପତ୍ନିଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରିବା ସହ ସ୍ୱାଗତ କରାଯାଇଥିଲା । ତାପରେ ଶ୍ରୀମନ୍ଦିରକୁ ପାଛୋଟି ନିଆଯାଇଥିଲା । ମହାନଦୀ ଟ୍ରିବ୍ୟୁନାଲଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଶ୍ରୀମନ୍ଦିର ନିତି ପ୍ରଶାସକ ଜୀତେନ୍ଦ୍ର ସାହୁ, ଅତିରିକ୍ତ ଏସପି ମିହିର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ସୂଚନା ଅନୁଯାୟୀ ଆଜି ମହାନଦୀ ଟ୍ରିବ୍ୟୁନାଲର ପ୍ରାୟ ୩୨ଜଣିଆ ଦଳର ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ତାପରେ ଚିଲିକା ହ୍ରଦ ସହ ଚିଲିକା ଓ ସମୁଦ୍ରର ସ୍ଥଳୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଦୟା ଓ ଭାର୍ଗବୀର ଚିତ୍ର ଦେଖିବେ । ତାପରେ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

eleven − eleven =